ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମହାସମରରେ ଆଜି ମୁହାଁମୁହିଁ ହେବେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ପ୍ଲେ ଅଫ୍ ଦୃଷ୍ଟିରୁ ପଞ୍ଜାବ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

କେଏଲ୍ ରାହୁଲଙ୍କ ଦଳ ଏଯାବତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛି। ହେଲେ ଅଧିକାଂଶ ସମୟରେ ବିଜୟଠୁ ଦୂରରେ ରହିଯାଇଛି। ଦଳ ଟୁର୍ଣ୍ଣାମେଣ୍ଟରେ ୯ଟି ମ୍ୟାଚ୍ ଖେଳିସାରିଥିଲାବେଳେ ମାତ୍ର ୩ଟି ବିଜୟୀ ହୋଇପାରିଛି। ତେଣୁ ପ୍ଲେ ଅଫ୍ ଯିବାକୁ ହେଲେ ଦଳକୁ ଆଗାମୀ ମ୍ୟାଚ୍ ସବୁ ଜିତିବାକୁ ପଡ଼ିବ।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏହାସତ୍ତ୍ୱେ ମଧ୍ୟ ଏହି ମ୍ୟାଚରେ ବିଜୟୀ ହୋଇ ଦଳ ଶୀର୍ଷ ସ୍ଥାନ ମଜଭୁତ କରିବାକୁ ଚାହିଁବ। ଅନ୍ୟପଟେ ଦୁଇ ଯୁବ କ୍ୟାପଟେନ୍ ଏହି ମ୍ୟାଚରେ ମୁହାଁମୁହିଁ ହେଉଥିବାରୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି।

କିଙ୍ଗସ୍ ଇଲେଭେନ୍ ପଞ୍ଜାବ 

କେଏଲ୍ ରାହୁଲ (ଅଧିନାୟକ), ହରପ୍ରୀତ୍ ବ୍ରାର୍, ଇଶାନ୍ ପୋରେଲ୍, ମନ୍ଦୀପ ସିଂହ, ଜିମ୍ମି ନିଶାନ୍, ତାଜିନ୍ଦର୍ ସିଂହ, କ୍ରିସ୍ ଜୋରଦାନ୍, କରୁଣ ନାଏର, ଦିପକ୍ ହୁଡ୍ଡା, ରବି ବିଷ୍ଣୋଇ, ଅର୍ସଦିପ୍ ସିଂହ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ମୁଜିବ-ଉର୍-ରେହେମାନ, ସର୍ଫରାଜ ଖାନ୍, ସେଲ୍ଡନ୍ କର୍ଟେଲ୍, ମୟଙ୍କ ଅଗ୍ରଓ୍ଵାଲ୍, ମହମ୍ମଦ ସାମି, ଦର୍ଶନ ନାଲକାଣ୍ଡେ, ନିକୋଲାସ୍ ପୁରନ୍, କ୍ରିସ୍ ଗେଲ୍, ମୁରୁଗାନ୍ ଅଶ୍ଵିନ, ଜଗଦୀଶା ସୁଚିତ୍, କ୍ରଷ୍ଣପା ଗୋଥାମ୍, ହର୍ଦସ ଭିଲଜୋଏନ୍, ସିମରନ୍ ସିଂହ।

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟାସ୍ ଆୟାର(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଅମିତ୍ ମିଶ୍ରା, ଅବେଶ୍ ଖାନ୍, ଅକ୍ଷର ପଟେଲ୍, ହର୍ଷଲ୍ ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, କିମୋ ପଲ୍, ପୃଥୀ ସ୍ୱ, ରବିଚନ୍ଦ୍ରନ୍ ଅଶ୍ଵିନୀ, ରିଷବ ପନ୍ତ, ସନ୍ଦୀପ ଲାମିଚାନେ, ଶିଖର ଧାଓ୍ଵନ୍, ଯଶନ୍ ରୟ, ଆଲେକ୍ସ କ୍ୟାରି, ସିସ୍ରୋନ୍ ହେଟମିର, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, ମାର୍କସ୍ ଷ୍ଟୋନିସ୍, ଲଲିତ ଯାଦବ, ଅନରିଚ୍ ନର୍ଟଯେ।

Comment