ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ନୋକିଆ କମ୍ପାନି ଦୁଇଟି ୪ଜି ଫିଚର ଫୋନ୍ ଲଞ୍ଚ୍ କରିଛି। ନୋକିଆ ୨୧୫ ଓ ନୋକିଆ ୨୨୫ ନାମକ ଏହି ଦୁଇଟି ଫୋନରେ ୪ଜି ଭୋଲଟି ସୁବିଧା ସହ ଏଫ୍ଏମ୍ ଓ ଇଣ୍ଟରନେଟ୍ ସୁବିଧା ମିଳିପାରିବ। ଗ୍ରାହକମାନଙ୍କୁ କମ୍ ଦାମରେ ୪ଜି ସୁବିଧା ଦେବା ସହ ଫିଚର ଫୋନରେ ଏହି ନୂଆ ଟେକ୍ନୋଲୋଜିକୁ ଆପଣେଇଛି ନୋକିଆ।

ନୋକିଆ ୨୧୫

ଏହି ଫୋନର ଦାମ ୨,୯୪୯ ଟଙ୍କା ରଖାଯାଇଛି। ଅକ୍ଟୋବର ୨୩ ତାରିଖରୁ ଏହାର ଅନଲାଇନ୍ ବିକ୍ରି ଆରମ୍ଭ ହେବ। ସେହିପରି ନଭେମ୍ବର ୬ ତାରିଖରୁ ଗ୍ରାହକମାନେ ଏହାକୁ ରିଟେଲ ଷ୍ଟୋରରୁ କିଣିପାରିବେ ବୋଲି କୁହାଯାଇଛି।

ଏହି ଫୋନରେ ୧୧୫୦ ଏମ୍ଏଏଚର ବ୍ୟାଟେରୀ ରହିଥିବାବେଳେ ଇଣ୍ଟରନାଲ୍ ମେମୋରୀ ୧୨୮ ଏମବି ରହିଛି। ଗ୍ରାହକମାନେ ଏଥିରେ ୨.୪ ଇଞ୍ଚ୍ ସ୍କ୍ରିନ୍ ଦେଖିବାକୁ ପାଇବେ।

ନୋକିଆ ୨୨୫

ସେହିଭଳି ଏହି ଫୋନର ଦାମ ୩,୪୯୯ ଟଙ୍କା ରଖାଯାଇଛି। ଅକ୍ଟୋବର ୨୩ ତାରିଖରୁ ଏହାର ଅନଲାଇନ୍ ଓ ନଭେମ୍ବର ୬ରୁ ଏହାର ରିଟେଲ୍ ଷ୍ଟୋରରେ ବିକ୍ରି ଆରମ୍ଭ ହେବ।

ଗ୍ରାହକମାନେ ଏହି ଫୋନରେ ୪ଜି ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଏହା ବ୍ୟାଟେରୀ ୧୧୫୦ ଏମ୍ଏଚ୍ ହୋଇଥିବାବେଳେ ଗ୍ରାହକମାନେ ଏଥିରେ ୧୨୮ ଏମବିର ଇଣ୍ଟରନ୍ୟାଲ ମେମୋରୀ ଓ ୩୨ ଜିବି ପର୍ଯ୍ୟନ୍ତ ମେମୋରୀ କାର୍ଡ ପକେଇପାରିବେ।

Comment