ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ ଭାରତରେ ଲଞ୍ଚ କରିଛି ଏକ ନୂଆ ଫିଚର୍‌ ଫୋନ। ନିକଟରେ କମ୍ପାନି ପକ୍ଷରୁ ନୋକିଆ ୭.୨ ଏବଂ ନୋକିଆ ୬.୨ ସ୍ମାର୍ଟଫୋନ ଭାରତରେ ଲଞ୍ଚ୍‌ କରାଯାଇଥିଲା। ଏବେ ଭାରତରେ ଲଞ୍ଚ୍‌ ହୋଇଛି ଫିଚର୍‌ ଫୋନ ନୋକିଆ ୧୧୦। ଆସନ୍ତା ଅକ୍ଟୋବର ୧୮ରୁ ଏହି ଫିଚର ଫୋନର ବିକ୍ରି ଆରମ୍ଭ ହେବ।

ବର୍ଲିନ୍‌ରେ ଆୟୋଜିତ ଆଇଏଫ୍‌ଏ ୨୦୧୯ କାର୍ଯ୍ୟକ୍ରମରେ ‘ନୋକିଆ ୧୧୦’ ଫିଚର ଫୋନ୍‌କୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଏଫ୍‌ଏମ୍‌ ରେଡିଓ, Mp3 ପ୍ଲେୟର ଏବଂ ଗ୍ଲାସିକ୍‌ ସ୍ନେକ୍‌ ଗେମ୍‌ ରହିଛି। ୧୮ ଅକ୍ଟୋବରରୁ ଗ୍ରାହକ ଏହାକୁ ନୋକିଆ ୱେବସାଇଟରୁ ଅର୍ଡର କରିପାରିବେ। ଭାରତରେ ଏହାର ମୂଲ୍ୟ ରହିଛି ୧୫,୯୯ ଟଙ୍କା।

ନୋକିଆ ୧୧୦ ଫିଚର ଫୋନ ସତ୍ତ୍ୱେ ଏଥିରେ ବିଭିନ୍ନ ସ୍ପେସିଫିକେସନ ରହିଛି। ଏଥିରେ ୧.୭୭ ଇଞ୍ଚ୍‌ର ଡିସପ୍ଲେ ରହିଛି।  ଏହି ଫିୁର ଫୋନ୍‌ ପ୍ଲାଷ୍ଟିକ୍‌ ବଡିରେ ନିର୍ମିତ। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଏଣ୍ଟରଟେନ୍‌ମେଣ୍ଟ୍‌ ସେଣ୍ଟ୍ରିକ୍‌ ଫିଚର ଫୋନ୍‌। ଏଥିରେ ଏଫ୍‌ଏମ୍‌ ରେଡିଓ ଏବଂ ମେମୋରୀ କାର୍ଡ ସପୋର୍ଟ ରହିଛି। ମୋମୋରୀ କାର୍ଡ ସାହାଯ୍ୟରେ ଏହାର ଇଣ୍ଟର୍ଣ୍ଣାଲ ଷ୍ଟୋରେଜକୁ ୩୨ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ।

କମ୍ପାନି ପକ୍ଷରୁ ଏହି ଫିଚର ଫୋନ୍‌ରେ ଲୋକପ୍ରିୟ ସ୍ନେକ୍‌ ଗେମ୍‌ ଦିଆଯାଇଛି। ଯାହା ପୂର୍ବରୁ ନୋକିଆ ଫୋନ୍‌ରେ ବେଶ୍‌ ଲୋକପ୍ରିୟ ହାସଲ କରିଥିଲା। ଏଥିରେ କ୍ୟାମେରା ଏବଂ ଟର୍ଚ୍ଚ ଲାଇଟ୍‌ ରହିଛି। ଏହି ଫିଚର ଫୋନ୍‌ରେ ୮୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି, ଯାହା ୧୮ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡବାଏ ବ୍ୟାକ୍‌ଅପ୍‌ ଦେବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ସେହିପରି ଏଥିରେ ମ୍ୟୁଜିକ୍‌ ପ୍ଲେ-ବ୍ୟାକ୍‌ ସମୟ ହୋଉଛି ୨୭ ଘଣ୍ଟା।

Comment