ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଲଞ୍ଚ୍‌ କରିଛି Vivo U20 ସ୍ମାର୍ଟଫୋନ। ଏହା ହେଉଛି ଗତ ସେପ୍ଟେମ୍ବର ଲଞ୍ଚ୍‌ ହୋଇଥିବା Vivo U10ର ଅପ୍‌ଗ୍ରେଡେଡ୍‌ ଭର୍ସନ। ଏହି ସ୍ମାର୍ଟଫୋନରେ ଟ୍ରପିଲ ରିୟର କ୍ୟାମେରା ସହ ମିଳିବ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯାଇଛି। ଏହି ସ୍ମାର୍ଟଫୋନର ଦାମ୍‌ ୧୦,୯୯୦ ଟଙ୍କାରୁ ଆରମ୍ଭ ହୋଇଛି।

Vivo U20 ସ୍ମାର୍ଟଫୋନରେ ୪ଜିବି ରାମ୍‌ ଏବଂ ୬୪ ଜିବିର ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ଦିଆଯାଇଛି। ସେହିପରି ଅନ୍ୟଏକ ଭାରିଏଣ୍ଟରେ ୬ଜିବି ରାମ୍‌ ଏବଂ ୬୪ ଜିବି ଷ୍ଟୋରେଜ ଦିଆଯାଇଛି। ଏହି ଭାରିଏଣ୍ଟର ମୂଲ୍ୟ ୧୧,୯୯୦ ଟଙ୍କା ରହିଥିବା ସୂଚନା ମିଳିଛି। ଆସନ୍ତା ନଭେମ୍ବର ୨୮ରୁ ଏହି ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ।

Vivo U20 ସ୍ମାର୍ଟଫୋନର ସ୍ପେସିଫିକେସନ ଦେଖିବାକୁ ଗଲେ ଏଥିରେ ୬.୫୩ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ ଦିଆଯାଇଛି। ଡିସ୍‌ପ୍ଲେରେ ୱାଟର ଡ୍ରପ୍‌ ନଚ୍‌ ମଧ୍ୟ ରହିଛି। ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୭୫ ଏଆଇଇ ପ୍ରୋସେସର ଦିଆଯାଇଛି। ଏହି ସ୍ମାର୍ଟଫୋନରେ ଆଣ୍ଡ୍ରଏଡ୍‌ ୯.୦ ଥିବା ଫନ୍‌ଟଚ୍‌ ୯ ରହିଛି। ଏଥଇରେ ଗେମିଂ ମୋଡ୍‌ ମଧ୍ୟ ଦିଆଯାଇଛି।

Vivo U20 ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ୧୬ ମେଗାପିକ୍ସେଲର ପ୍ରାଇମେରୀ ଲେନ୍ସ, ୮ ମେଗାପିକ୍ସେଲର ସୁପୁର ୱାଇଡ୍‌ ଆଙ୍ଗେଲ କ୍ୟାମେରା ଏବଂ ୨ ମେଗାପିକ୍ସେଲର ଲେନ୍ସ ଦିଆଯାଇଛି। ଅନ୍ୟପକ୍ଷରେ Vivo U20 ସ୍ମାର୍ଟଫୋନରେ ୫ ହଜାର ଏମ୍‌ଏଏଚ୍‌ର ବଡ଼ ବ୍ୟାଟେରୀ ଦିଆଯାଇଛି, ଯାହା ୧୮ ୱାଟ୍‌ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।

Comment