ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ କମ୍ପାନି ହୁଆୱି(Huawei) ଭାରତରେ ଲଞ୍ଚ କରିଛି ଏହାର ପ୍ରଥମ ପପ୍‌ ଅପ୍‌ ସେଲ୍‌ଫି କ୍ୟାମେରା ସ୍ମାର୍ଟଫୋନ ‘ହୁଆୱି ୱାଇ୯ ପ୍ରାଇମ୍‌’। ଏହି ସ୍ମାର୍ଟଫୋନ ହେଉଛି ହୁଆୱି କମ୍ପାନିର ଏକ ମିଡ୍‌ ରେଞ୍ଜ ସ୍ମାର୍ଟଫୋନ। କାହିଁକି ନାଁ ଭାରତରେ ଏହାର ମୂଲ୍ୟ ରହିଛି ୧୫,୯୯୦ଟଙ୍କା।

‘ହୁଆୱି ୱାଇ୯ ପ୍ରାଇମ୍‌’ ସ୍ମାର୍ଟଫାନରେ ୪ଜିବି ରାମ୍‌ ଓ ୧୨୮ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ରହିଛି। ଏହାର ପ୍ରଥମ ବିକ୍ରି ଅଗଷ୍ଟ ୭ରୁ ଆରମ୍ଭ ହେବ। କମ୍ପାନି ଏହି ସ୍ମାର୍ଟଫୋନ ପାଇଁ ପ୍ରି-ବୁକିଂ ସୁବିଧା ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ପ୍ରି-ବୁକିଂ କରିଥିବା ଗ୍ରାହକଙ୍କୁ ଇୟରଫୋନ ଓ ପାୱାର ବ୍ୟାଙ୍କ ମାଗଣା ମିଳିବ। ହୁଆୱିର ଅଫିସିଆଲ ଅନ୍‌ଲାଇନ୍‌ ଷ୍ଟୋରରୁ ଏହି ସ୍ମାର୍ଟଫୋନର ପ୍ରି-ବୁକିଂ କରିପାରିବେ।

ସ୍ପେସିଫିକେସନ

  • ୬.୫୯ ଇଞ୍ଚ ବିଶିଷ୍ଟ ପୁଲ୍‌ ଏଚ୍‌ଡି ଏଲ୍‌ସିଡି ଡିସ୍‌ପ୍ଲେ
  • ହିସିଲକନ୍‌ କିରିନ୍‌ ୭୧୦ଏଫ୍‌ ଅକ୍ଟାକୋର ପ୍ରୋସେସର
  • ଟ୍ରିପଲ ରିୟର କ୍ୟାମେରା(୧୬+୮+୨) ମେଗାପିକ୍ସେଲ ଏବଂ ଏଲ୍‌ଇଡି ଫ୍ଲାସ୍‌
  • ଫୁଲ୍‌ ଏଚ୍‌ଡି ରେକଡିଂ ସହିତ ୧୬ ମେଗାପିକ୍ସେଲ ପପ୍‌-ଅପ୍‌ ସେଲ୍‌ଫି କ୍ୟାମେରା
  • ୪୦୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ଆଣ୍ଡ୍ରୋଏଡ ୯ ପାଏ ସଫ୍ଟୱେର

Comment