ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ କିଛି ଲୋକ ଫୋନ୍‌କୁ ଚାର୍ଜରେ ବସାଇ ଶୋଇପଡ଼ନ୍ତି। ରାତି ସାରା ଫୋନ୍‌ ଓଭର୍‌ ଚାର୍ଜିଂ ହୋଇ ତା’ର ବ୍ୟାଟେରି ଅଧିକ ଗରମ ହୋଇଯାଏ। ଫଳରେ ବ୍ୟାଟେରି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଫୋନ୍‌ ଏବଂ ବ୍ୟାଟେରୀ ଓଭର୍‌ ଚାର୍ଜିଂ ଫଳରେ ଅଧିକ ଗରମ ହେବା ଫଳରେ ଫୋନ୍‌ ଫାଟିବାର ଆଶଙ୍କା ଥାଏ।

ଗବେଷକମାନଙ୍କ ମତରେ ଫୋନ୍‌ର ଚାର୍ଜକୁ ୮୦ ପ୍ରତିଶତ ଭିତରେ ହିଁ ରଖନ୍ତୁ। ସବୁବେଳେ ଫୋନ୍‌କୁ ୧୦୦ ପ୍ରତିଶତ ଚାର୍ଜ ରଖିବା ବି ଜରୁରୀ ନୁହେଁ।

ଲାପଟପ୍‌ ଭଳି ସ୍ମାର୍ଟଫୋନ୍‌କୁ ବି ତା’ର ଅରିଜିନାଲ ଚାର୍ଜରରେ ହିଁ ଚାର୍ଜ କରନ୍ତୁ! ଏହାଦ୍ୱାରା ବ୍ୟାଟେରି ଅଧିକ ଦିନ ଯାଏଁ ଯାଏ।

ମୋବାଇଲ୍ ଫୋନ୍‌ ବ୍ୟାଟେରୀ ମ୍ୟାନେଜ୍‌ମେଣ୍ଟ ସଫ୍ଟୱେୟାର ଦ୍ୱାରା ବ୍ୟାଟେରି ପରିଚାଳିତ ହୋଇଥାଏ। ସେହିପରି ମୋବାଇଲ୍‌କୁ ଚାର୍ଜରେ ବସାଇବା ସମୟରେ ଫୋନ୍‌ରେ କଥା ହେବା ବିପଜ୍ଜନକ।

Comment