ଓଡ଼ିଶାଲାଇଭ୍ ବ୍ୟୁରୋ

ସାନିଟାଇଜରରେ ଫୋନ୍ ସଫା କଲେ କେଉଁ ସବୁ କ୍ଷତି ହୋଇଥାଏ ଜାଣନ୍ତୁ…

କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ବାରମ୍ବାର ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଏଭଳି ସ୍ଥିତିରେ ଅନେକ ଲୋକ ନିଜ ମୋବାଇଲ ଫୋନ୍‌କୁ ସଫା କରିବା ପାଇଁ ସାନିଟାଇଜର ବ୍ୟବହାର କରୁଛନ୍ତି। ଯଦି ଆପଣ ବି ଏଭଳି ଅଭ୍ୟାସ ରଖିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ସାନିଟାଇଜର ବ୍ୟବହାର କରିବା ଦ୍ଵାରା ଫୋନ୍‌ର ଅନେକ କ୍ଷତି ହୋଇଥାଏ।

ସ୍କ୍ରିନ୍ ଓ ସ୍ପିକର ଖରାପ ହୋଇପାରେ

ଆଲକୋହଲଯୁକ୍ତ ସାନିଟାଇଜର ଲଗାଇ କିଛି ଲୋକ ଫୋନ୍‌ ସଫା କରିଥାନ୍ତି। କିନ୍ତୁ ଅତ୍ୟଧିକ ସାନିଟାଇଜର ବ୍ୟବହାର କରିବା ଦ୍ଵାରା ଫୋନ୍‌ର ସ୍କ୍ରିନ୍, ହେଡ୍‌ଫୋନ୍ ଜ୍ୟାକ୍ ଓ ସ୍ପିକର ଖରାପ ହେବାର ସମ୍ଭାବନା ରହିଛି।

ଫୋନ୍‌ରେ ସର୍ଟ ସର୍କିଟ୍ ହୋଇପାରେ

କରୋନା ମହାମାରୀ ସମୟରେ ଫୋନ୍ ମରାମତି ଦୋକାନଗୁଡ଼ିକରେ ସର୍ଟ ସର୍କିଟ୍ ସମସ୍ୟା ଥିବା ଫୋନ୍ ସଂଖ୍ୟା ବଢ଼ିଛି। ଫୋନ୍‌ରେ ସାନିଟାଇଜର ବ୍ୟବହାର କରିବା ଦ୍ଵାରା ଏଭଳି ସମସ୍ୟା ହେଉଥିବା ଜଣାପଡ଼ିଛି। କାରଣ ସାନିଟାଇଜର ହେଡ୍‌ଫୋନ୍ ଜ୍ୟାକ୍‌ରେ ପଶିଗଲେ ଫୋନ୍‌ରେ ସର୍ଟ ସର୍କିଟ୍ ହେବାର ଆଶଙ୍କା ରହିଥାଏ।ଡିସ୍‌ପ୍ଲେ ଓ କ୍ୟାମେରା ଖରାପ ହୋଇପାରେ

ଫୋନ୍‌କୁ ସାନିଟାଇଜରରେ ସଫା କରିବା ଦ୍ଵାରା ଆପଣଙ୍କ ଫୋନ୍‌ର ରଙ୍ଗ ବଦଳିଯାଇପାରେ। ଆଲକୋହଲଯୁକ୍ତ ସାନିଟାଇଜର ଫୋନ୍‌ର ଡିସ୍‌ପ୍ଲେ ଓ କ୍ୟାମେରା ଲେନ୍ସକୁ ବି ଖରାପ କରିପାରେ। ସାନିଟାଇଜର ବ୍ୟବହାର କରିବା ଫଳରେ ଡିସ୍‌ପ୍ଲେର ରଙ୍ଗ ହଳଦିଆ ହୋଇଯାଇପାରେ।

କେମିତି ସଫା କରିବେ ଫୋନ୍?

ତୁଳା ବ୍ୟବହାର କରନ୍ତୁ

ଯଦି ଆପଣ ସାନିଟାଇଜରରେ ଫୋନ୍ ସଫା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଜ ଫୋନ୍‌କୁ ସୁଇଚ୍ ଅଫ୍ କରିଦିଅନ୍ତୁ। ଏବେ ତୁଳାରେ କିଛି ସାନିଟାଇଜର ପକାଇ ଫୋନ୍‌କୁ ସିଧା ଲାଇନ୍‌ରେ ସଫା କରନ୍ତୁ। କିନ୍ତୁ ଧ୍ୟାନ ରଖିବେ ଯେମିତି ସେହି ସାନିଟାଇଜରରେ ଆଲକୋହଲର ମାତ୍ରା କମ୍ ଥିବ। ଏହାଛଡ଼ା ଆପଣ କଷ୍ଟମର କେୟାରକୁ କଲ୍ କରି ଫୋନ୍‌ ସଫା କରିବାର ସଠିକ୍ ପଦ୍ଧତି ବିଷୟରେ ଜାଣିପାରିବେ।ଓ୍ଵାଇପ୍ସ ବ୍ୟବହାର କରନ୍ତୁ

ମୋବାଇଲ ସଫା କରିବାର ସବୁଠୁ ଭଲ ଉପାୟ ହେଉଛି ଓ୍ଵାଇପ୍ସ। ବଜାରରେ ମିଳୁଥିବା ୭୦ ପ୍ରତିଶତ ଆଲକୋହଲଯୁକ୍ତ ମେଡିକେଟେଡ୍ ଓ୍ଵାଇପ୍ସରେ ଆପଣ ସହଜରେ ଫୋନ୍ ସଫା କରିପାରିବେ। ଏହାଦ୍ଵାରା ଆପଣଙ୍କ ଫୋନ୍‌ରୁ ବ୍ୟାକ୍ଟେରିଆ ସଫା ହୋଇଯିବେ, ଫୋନ୍‌ର ମଧ୍ୟ କିଛି କ୍ଷତି ହେବନାହିଁ।

ଆଣ୍ଟି ବ୍ୟାକ୍ଟେରିଆଲ ପେପର

ଆପଣ ଆଣ୍ଟି ବ୍ୟାକ୍ଟେରିଆଲ ଟିସ୍ୟୁ ପେପରରେ ମଧ୍ୟ ନିଜ ଫୋନ୍ ସଫା କରିପାରିବେ। ଯେକୌଣସି ମେଡିକାଲ ଷ୍ଟୋର୍‌ରେ ଆପଣଙ୍କୁ ଏହି ପେପର ମିଳିଯିବ।

Comment