ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଭାରତରେ ଲଞ୍ଚ ହେଲା Xiaomi Mi A3 ସ୍ମାର୍ଟଫୋନ। ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଭାରତରେ ଲଞ୍ଚ କରିଛି ଏକ ନୂଆ ସ୍ମାର୍ଟଫୋନ ‘ଏମ୍‌ଆଇ ଏ୩’। ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସ୍ମାର୍ଟଫୋନକୁ ଲଞ୍ଚ କରାଯାଇଛି। ଭାରତ ପୂର୍ବରୁ ସ୍ପେନ୍‌ରେ ‘ଏମ୍‌ଆଇ ଏ୩’ ଲଞ୍ଚ ହୋଇଥିଲା।

‘ଏମ୍‌ଆଇ ଏ୩’ ହେଉଛି ସାଓମିର ଷ୍ଟକ୍‌ ଆଣ୍ଡ୍ରୋଏଡ ସିରିଜର ସ୍ମାର୍ଟଫୋନ। ଗ୍ରାହକ ଏହି ସ୍ମାର୍ଟଫୋନରେ ଏମ୍‌ଆଇୟୁଆଇ ବଦଳରେ ଆଣ୍ଡ୍ରୋଏଡ ୱାନ୍ ଇଣ୍ଟରଫେସ୍‌ ପାଇପାରିବେ। ଏଥିରେ ଆଣ୍ଡ୍ରୋଏଡ ୯ ପାଏ ଭର୍ସନ ରହିଛି। ଏଥିସହିତ ଏହାର ପରବର୍ତ୍ତୀ ଭର୍ସନ ଅପଡେଟ୍‌ ସୁବିଧା ମଧ୍ୟ ରହିଛି।

କମ୍ପାନି ଏହି ସ୍ମାର୍ଟଫୋନ ୪ଜିବି ରାମ୍‌ ଓ ୬୪ ଜିବି ରୋମ୍‌ ବିଶିଷ୍ଟ ଭାରିଏଣ୍ଟର ପ୍ରାରମ୍ଭିକ ଦାମ୍‌ ୧୨,୯୯୯ଟଙ୍କା ରଖିଛି। ସେହିପରି ୬ ଜିବି ରାମ୍‌ ଓ ୧୨୮ ଜିବି ରୋମ୍‌ ଭାରିଏଣ୍ଟର ମୂଲ୍ୟ ରହିଛି ୧୫,୯୯୯ଟଙ୍କା। ଏହାର ବିକ୍ରି ଅଗଷ୍ଟ ୨୩ରୁ ଆରମ୍ଭ ହେବ।

ସ୍ପେସିଫିକେସନ

  • ୬.୦୧ ଇଞ୍ଚ ବିଶିଷ୍ଟ ଫୁଲ ଏଚ୍‌ଡି ଆମୋଏଲ୍‌ଇଡି ଡିସ୍‌ପ୍ଲେ, ଗରିଲା ଗ୍ଲାସ୍‌
  • ଅଣ୍ଡର ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର
  • ସଫ୍ଟୱେର – ଆଣ୍ଡ୍ରୋଏଡ ୯ ପାଇ (ଆଣ୍ଡ୍ରୋଏଡ ୱାନ୍)
  • ଟ୍ରିପଲ ରିୟର କ୍ୟାମେରା (୪+୮+୨) ମେଗାପିକ୍ସେଲ
  • ୩୨ ମେଗାପିକ୍ସେଲ ବିଶିଷ୍ଟ ସେଲ୍‌ଫି କ୍ୟାମେରା(ଫୁଲ ଏଚ୍‌ଡି ଭିଡିଓ ରେକର୍ଡିଂ)
  • କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ ୬୬୫ ଅକ୍ଟାକୋର ପ୍ରୋସେସର
  • ୪୦୩୦ ଏମ୍‌ଏଚ୍‌ ବ୍ୟାଟେରୀ

Comment