ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ପ୍ରତିକ୍ଷୀତ Vivo V17 Pro ସ୍ମାର୍ଟଫୋନ ଭାରତରେ ଲଞ୍ଚ ହୋଇଛି। ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଶୁକ୍ରବାର ଦିନ ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ଖାସ କଥା ହେଉଛି ଏଥିଣେ ମୋଟ ୫ଟି କ୍ୟାମେରା ରହିଛି। ଦୁଇଟି ସେଲ୍ଫି ଏବଂ ୪ଟି ରିୟର କ୍ୟାମେରା।

ଭାରତରେ ଭିଭୋ ଭି୧୭ ପ୍ରୋ ସ୍ମାର୍ଟଫୋନର ଦାମ୍‌ ରହିଛି ୨୯,୯୯୦ଟଙ୍କା। ଗତ କାଲିଠାରୁ ଏହାର ପ୍ରି-ବୁକିଂ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ। ଗ୍ରାହକ ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରୁ ଏହି ସ୍ମାର୍ଟଫୋନକୁ କିଣି ପାରିବେ।

ଭିଭୋ ଭି୧୭ ପ୍ରୋ’ର ସ୍ପେସିଫିକେଶନ

  • ୬.୪୪ ଇଞ୍ଚ ଫୁଲ ଏଚ୍‌ଡି ପ୍ଲସ ଆମୋଲେଡ ଡିସପ୍ଲେ(୧୦୮୦x୨୪୪୦ ପିକ୍ସେଲ)
  • ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ଏଆଇଇ ପ୍ରୋସେସର
  • ୮ଜିବି ରାମ୍‌, ୧୨୮ ଜିବି ରୋମ୍‌
  • ଫନ୍‌ଟଚ୍‌ ୯.୧ ଅପରେଟିଂ ସିଷ୍ଟମ(ଆଣ୍ଡ୍ରଏଡ ୯ ପାଇ)

  • ୪ଟି ରିୟର କ୍ୟାମେରା(୪୮,୮,୧୩ ଏବଂ ୨ ମେଗାପିକ୍ସେଲ)
  • ଦୁଇଟି ପପ୍‌ ଅପ୍‌ ସେଲ୍ଫି କ୍ୟାମେରା(୩୨,୮ ମେଗାପିକ୍ସେଲ)
  • ୪୧୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର

Comment