ଓଡ଼ିଶାଲାଇଭ୍‌ ବ୍ୟୁରୋ

 ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମୀ ଭାରତରେ ଲଞ୍ଚ କରିଛି ଏମ୍‌ଆଇ ସ୍ମାର୍ଟ ୱାଟର ପ୍ୟୁରିଫାୟର। ଏନେଇ ପୂର୍ବରୁ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଥିଲା। ସ୍ମାର୍ଟ ଲିଭିଙ୍ଗ୍‌-୨୦୨୦ କାର୍ଯ୍ୟକ୍ରମରେ ସାଓମୀ ଏହାକୁ ଲଞ୍ଚ କରିଛି। ପ୍ୟୁରିଫାୟରର ଡିଜାଇନ୍‌କୁ ଦେଖିବାକୁ ଗଲେ ଏହାର ଲୁକ୍‌ ଜବରଦସ୍ତ ଲାଗୁଛି। ସେହିପରି ଏହାର ସାଇଜ୍‌ ଛୋଟଥିଲେ ମଧ୍ୟ ଏଥିରେ ୭ଲିଟର ପାଣି ଟ୍ୟାଙ୍କ ରହିଛି।

ଏହି ୱାଟର ପ୍ୟୁରିଫାୟରର ମୂଲ୍ୟ ୧୧,୯୯୯ଟଙ୍କା। ଆସନ୍ତା ସେପ୍ଟେମ୍ବର ୨୯ରୁ ଏହାର ବିକ୍ରି ଆରମ୍ଭ ହେବ। ଗ୍ରାହକ ଏହାକୁ ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟ ଏବଂ ସାଓମୀ ଷ୍ଟୋରରୁ କିଣି ପାରିବେ।

ଏହି ୱାଟର ପ୍ୟୁରିଫାୟରରେ ୭ ଲିଟରର ଏକ ପାଣି ଟ୍ୟାଙ୍କ ରହିଛି। ତିନିଟୋ ଲେୟର ଥିବା ଏହି ପ୍ୟୁରିଫାୟର ପିପିସି, ଆର୍‌ଓ ଏବଂ ୟୁଭି ମଧ୍ୟ ସାମିଲ ରହିଛି। ଏଥିରେ ୫ଟି ଷ୍ଟେଜ୍‌ରେ ପାଣି ବିଶିଦ୍ଧ ହୋଇଥାଏ।

ଏମ୍‌ଆଇ ସ୍ମାର୍ଟ ୱାଟର ପ୍ୟୁରିଫାୟରର ଖାସ୍‌ କଥା ହେଉଛି ଏଥିରେ ରିୟଲ ଟାଇମ୍‌ ମନିଟରିଂ ସିଷ୍ଟମ ଦିଆଯାଇଛି। ଯାହା ସାହାଯ୍ୟରେ ଆପଣ ନିଜ ମୋବାଇଲ ଫୋନ୍‌ରେ ପ୍ୟୁରିଫାୟର କେତେ ଠିକ୍‌ ଅଛି ତାହା ଜାଣି ପାରିବେ। ଫିଲ୍ଟରର ସମୟସୀମା କେତେ ତାହା ଜାଣି ହେବା ସହ ଠିକ୍‌ ସମୟରେ ଏହାକୁ ବଦଳାଇ ଯାଇପାରିବ।

Comment