ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିନ୍‌ଲ୍ୟାଣ୍ଡର ସ୍ମାର୍ଟଫୋନ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି। ବର୍ତ୍ତମାନ ବଜାରରେ ଟ୍ରେଣ୍ଡିଂ ଚାଲିଥିବା ପପ୍‌ଅପ୍‌ ସେଲ୍‌ଫି କ୍ୟାମେରା ସହିତ ଏହି ସ୍ମାର୍ଟଫୋନ ଲଞ୍ଚ ହୋଇପାରେ। ଏହି ସ୍ମାର୍ଟଫୋନର ନାଁ ନୋକିଆ ୮.୨। ରିପୋର୍ଟ ମୂତାବିକ, ଏହି ସ୍ମାର୍ଟଫୋନ ଚଳିତ ବର୍ଷ ଶେଷ ଆଡ଼କୁ ଲଞ୍ଚ ହୋଇପାରେ।

ନୋକିଆ ୮.୨  ହେଉଛି ନୋକିଆ ୮.୧ର ଅପଗ୍ରେଡେଡ୍‌ ଭର୍ସନ। ଏହି ସ୍ମାର୍ଟଫୋନରେ ଟପ୍‌ ଏଣ୍ଡ ସ୍ପେସିଫିକେସନ ସହ ପ୍ରିମୟମ ଡିଜାଇନ୍‌ ଦିଆଯିବ। ସେଲ୍‌ଫି ପାଇଁ ଏଥିରେ ପପ୍‌-ଅପ୍‌ କ୍ୟାମେରା ଦିଆଯିବାକୁ ଥିବା ବେଳେ କ୍ୱାଲକମ୍‌ ସ୍ନାପଡ୍ରାଗନ ୭୩୦ ପ୍ରୋସେସର ମିଳିପାରେ। ତେବେ ନୋକିଆ ୮.୧ରେ ସ୍ନାପଡ୍ରାଗନ ୭୧୦ ପ୍ରୋସେସର ଦିଆଯାଇଥିଲା।

ସୂଚନା ଅନୁଯାୟୀ, ମୋବାଇଲ ୱାର୍ଲ୍‌ଡ କଂଗ୍ରେସ(ଏମ୍‌ଡବ୍ଲ୍ୟୁସି) ୨୦୨୦ରେ କମ୍ପାନି ପକ୍ଷରୁ ନୋକିଆ ୮.୨ ସ୍ମାର୍ଟଫୋନକୁ ଲଞ୍ଚ କରିବ। ଗତ ବର୍ଷ ଏମ୍‌ଡବ୍ଲ୍ୟୁସି ୨୦୧୯ରେ କମ୍ପାନି ୫ଟି କ୍ୟାମେରା ଯୁକ୍ତ ନୋକିଆ ୯ ପିଓର ଭିୟୁ ଲଞ୍ଚ କରାଯାଇଥିଲା। ତେବେ ଚଳିତବର୍ଷ ନୋକିଆ ୫.୨ ନାମକ ଆଉ ଏକ ସ୍ମାର୍ଟଫୋନ ମଧ୍ୟ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି।

Comment