ଓଡ଼ିଶାଲାଇଭ୍ ବ୍ୟୁରୋ

 (ବାଙ୍କୀରୁ ଆଶିଷ କୁମାର ମହାପାତ୍ର): ବାଙ୍କୀ ବୋତଲମା ଗ୍ରାମର ନବ ଦେହୁରୀ ଦୀର୍ଘ ୬ମାସ ହେବ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଚିକିତ୍ସା ପାଇଁ ତାଙ୍କ ପାଖରେ ଉପଯୁକ୍ତ ଅର୍ଥ ନଥିବା ବେଳେ ପ୍ରଶାସନ ମଧ୍ୟ ତାଙ୍କ ଗୁହାରି ଶୁଣୁନାହିଁ। ତେଣୁ ଶେଷରେ ରାସ୍ତାରେ ଶୋଇ ଧାରଣା ଦେଇଛନ୍ତି ନବ। ଗ୍ରାମ ଯୁବକ ସଂଘ ମଧ୍ୟ ତାଙ୍କ ଚିକିତ୍ସା ଦାବିରେ ରାସ୍ତାରୋକ କରିଛନ୍ତି।

ବାଙ୍କୀ ବ୍ଲକ ବୋତଲମା ଗ୍ରାମର ନବ ଦେହୁରୀ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। କୋରନା କଟକଣା ପାଇଁ ଗାଁକୁ ଚାଲି ଆସିଥିଲେକର୍କଟ ରୋଗରେ ପୀଡିତ ନବ ଆସିଲା ବେଳେ କ୍ଷତାକ୍ତ ଅବସ୍ଥାରେ ଆସିଥିବା ଦେଖିବାକୁ ମିଳିଥିଲାତେଣୁ ସ୍ଥାନୀୟ ସରପଞ୍ଚ ତାଙ୍କୁ ପୃଥକଭାବେ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ।କିନ୍ତୁ ତାଙ୍କୁ ସେଠାରେ ଉପଯୁକ୍ତ ଦିଆଗଲାନାହିଁ। ପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ତାଙ୍କ ସ୍ଵାସ୍ଥାବସ୍ଥା ଯାଞ୍ଚ କରି ଚାଲିଯାଇଥିଲେ। ତେବେ ଏହାକୁ ପ୍ରାୟ ୬ମାସ ପୁରିଯାଇଛି। କିନ୍ତୁ ନବଙ୍କ ପାଖରେ ପହଞ୍ଚି ପାରିନି ଚିକିତ୍ସା। ଯେଉଁଥି ପାଇଁ ଯନ୍ତ୍ରଣାରେ ଛଟପଟ ହେଇଛନ୍ତି ନବ

ଶେଷରେ ତାଙ୍କ ଦୁଃଖ ଦେଖି ନପାରି ଗ୍ରାମ ଯୁବକ ସଂଘ ବୁଧବାର ତାଙ୍କ ଚିକିତ୍ସା ଦାବିରେ ବାଙ୍କୀ ବୈଦେଶ୍ୱର ମୂଖ୍ୟ ରାସ୍ତାକୁ ଅବରୋଧ କରି ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତିତେବେ ଏପର୍ଯ୍ୟନ୍ତ କେହି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି

Comment