ଓଡ଼ିଶାଲାଇଭ୍ ବ୍ୟୁରୋ

MANAS DAS PATTANAIk

ବାଲେଶ୍ୱର ଉପ ନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅନ୍ୟ ଦଳର କର୍ମୀଙ୍କ ସମେତ ନେତାମାନଙ୍କୁ ମଧ୍ୟ ଟାଣିଆଣୁଛି ବିଜେଡି। ଗତକାଲି ପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରୁଥିବା ବାଲେଶ୍ୱରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସଦାସ ପଟ୍ଟନାୟକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ନେତା ଅରୁଣ ଦେ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ। ବିଜେପି ନେତା ଯଯାତି ଦାଶ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ।

ତେବେ ମାନସ ଦାସ ପଟ୍ଟନାୟକ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା କଂଗ୍ରେସକୁ ବଡ଼ ଝଟକା ଲାଗିଛି। ବେଶ କିଛି ବର୍ଷ ହେଲା ସେ କଂଗ୍ରେସରୁ ରାଜନୀତି କରିଆସୁଥିଲେ। ଜିଲ୍ଲା କଂଗ୍ରେସର ଜଣେ ଟାଣୁଆନେତା ସହ ବିଶେଷ କରି ଯୁବ ଓ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ପରିଚିତ ଥିଲେ। ସେ ୨୦୧୪ରେ କଂଗ୍ରେସ ଟିକଟ ପାଇଁ ଆଶାୟୀ ଥିଲେ। କିନ୍ତୁ କଂଗ୍ରେସ ତାଙ୍କ  ବଦଳରେ ଅରୁଣ ଦେଙ୍କୁ ପ୍ରାର୍ଥୀ କରିଥିଲେ।

ଅରୁଣ ଦେ କଂଗ୍ରେସ ପ୍ରାର୍ଥୀ ୨୮୬୫୦ ଭୋଟ ପାଇଥିବା ବେଳେ ମାନସ ଦାସ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ହୋଇ ୨୪୭୨୦ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ସେଥର ତାଙ୍କର ଜିତିବାର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିନଥିଲା। ତେବେ ପର ନିର୍ବାଚନ ଅର୍ଥାତ ୨୦୧୯ରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ତୃତୀୟ ସ୍ଥାନରେ ରହିଥିଲେ। ୧୯୭୦୪ ଖଣ୍ଡ ଭୋଟ ପାଇଥିଲେ ମାନସଦାସ ପଟ୍ଟନାୟକ। ଚଳିତ ଉପନିର୍ବାଚନରେ ବିଜେଡି ତାଙ୍କୁ ସାମିଲ କରି ବିଜେଡି ସପକ୍ଷରେ ଭୋଟ ଆଣିବାକୁ ଯୋଜନା କରିଛି।

LEAVE A REPLY

Please enter your comment!
Please enter your name here