ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ଲେ ଅଫ୍ ପାଇଁ ସଂଘର୍ଷ କରୁଥିବା ସିଏସକେ ଟିମକୁ ଲାଗିଛି ଆଉ ଏକ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ ଆହତ ହୋଇ ଆଇପିଏଲରୁ ବାଦ୍ ପଡ଼ିଛନ୍ତି।

୩୭ ବର୍ଷୀୟ ବ୍ରାଭୋ ଚେନ୍ନାଇ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲେ। ମଧ୍ୟମକ୍ରମରେ ବ୍ୟାଟିଂ ସହିତ ଦଳ ତାଙ୍କଠାରୁ ଭଲ ବୋଲିଂ ଆଦାୟ କରିପାରୁଥିଲା। ହେଲେ ସେ ଆହତ ହୋଇ ଆଇପିଏଲରୁ ବାଦ ପଡ଼ିବା ଦଳକୁ ଆଉ ଏକ ବଡ଼ ଝଟକା ଦେଇଛି।ଏହାପୂର୍ବରୁ ସିଏସକେର ଖେଳାଳି ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରିଯାଇଥିଲେ। ଏହାପରେ ହରଭଜନ ସିଂହଙ୍କ ଆଇପିଏଲରୁ ଓହରିବା ଚେନ୍ନାଇ ଦଳକୁ ଦୁର୍ବଳ କରିଦେଇଥିଲା। ଯାହା ଫଳରେ ଦଳ ଏଥର ଟୁର୍ଣ୍ଣାମେଣ୍ଟରେ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ। ଏବେ ବ୍ରାଭୋଙ୍କ ବିଦାୟ ପରେ ଦଳ ଆହୁରି ଦୁର୍ବଳ ହୋଇଯାଇଛି।

Comment