ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନକୁ ପ୍ରସଙ୍ଗ କରି ମୋଦୀ ସରକାର ଉପରେ ପୁଣି ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀ କାହିଁକି ନିଜ ମୁହଁରେ ଚୀନର ନାଁ ନେଉନାହାଁନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, ଚୀନ୍ ଭାରତର ପ୍ରାୟ ୧୨ ହଜାର ବର୍ଗ କିଲୋମିଟର କବଜା କରିନେଇଛି। ହେଲେ ମୋଦୀ ଏନେଇ ଏପର୍ଯ୍ୟନ୍ତ ଚୁପ୍ ଅଛନ୍ତି। ପ୍ରଧାନମନ୍ତ୍ରୀ ଜାଣିଶୁଣି ଏହି ମାମଲାରେ କିଛି କହୁନାହାଁନ୍ତି ବୋଲି ରାହୁଲ ମୋଦୀଙ୍କୁ ଆକ୍ଷେପ କରି କହିଛନ୍ତି।india-chinaଗତକାଲି ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ। ହେଲେ ଭାଷଣ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ରାହୁଲ ଏନେଇ ଟୁଇଟ୍ କରିଥିଲେ। ଟୁଇଟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ରାହୁଲ କହିଥିଲେ ଯେ, କେବେ ଭାରତ ସୀମାରୁ ଚୀନ୍ ସୈନିକମାନଙ୍କୁ ହଟାଯିବ ସେନେଇ ପ୍ରଧାନମନ୍ତ୍ରୀ ଉତ୍ତର ରଖିବା ଉଚିତ୍। ମୋଦୀଜୀ ଏନେଇ ନିଜର ଅଭିଭାଷଣରେ ମତ ରଖନ୍ତୁ ବୋଲି ରାହୁଲ ତାଙ୍କର ଟୁଇଟରେ ଲେଖିଥିଲେ।

ଭାରତ ଓ ଚୀନ୍ ମଧ୍ୟରେ ଗତ ୬ ମାସରୁ ଅଧିକ ସମୟ ଧରି ସୀମାରେ ଉତ୍ତେଜନା ଦେଖାଦେଇଛି। ଏନେଇ ରାଜନୈତିକ ଓ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲେ ହେଁ ସେଭଳି କୌଣସି ସୁଫଳ ମିଳିପାରିନାହିଁ। ଯାହାକୁ କେନ୍ଦ୍ର କରି ଏବେ ବିରୋଧୀ କେନ୍ଦ୍ର ସରକାରକୁ ଘେରିବାକୁ ଲକ୍ଷ୍ୟ ରଖିଛି।

Comment