ଓଡ଼ିଶାଲାଇଭ୍ ବ୍ୟୁରୋ

କବିତା ଲେଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦେଶରେ ପରିବା ଦରବୃଦ୍ଧି, କୃଷି ଆଇନକୁ ପ୍ରସଙ୍ଗ କରି ରାହୁଲ ଗାନ୍ଧୀ ଆଜି ସୋସିଆଲ୍ ମିଡିଆରେ ଏକ କବିତା ଲେଖିଛନ୍ତି।

ଏହି କବିତାରେ ସେ ଲେଖିଛନ୍ତି ଯେ, ଦେଶରେ ପରିବା ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଟିଏ ନାନା ଅସୁବିଧା ଭୋଗୁଛି। ଏଥିସହ କୃଷି ଆଇନକୁ କଳା ଆଇନ୍ ବୋଲି କହି ଏହି ଆଇନ୍ ଦ୍ୱାରା କୃଷକମାନଙ୍କ ସମ୍ମାନ ଛଡ଼ାଇ ନିଆଯାଇଛି ବୋଲି ରାହୁଲ କବିତା ମାଧ୍ୟମରେ ଲେଖିଛନ୍ତି।

ଅନ୍ୟପଟେ ମୋଦୀ ସରକାର ଏବେ ହାତ ଉପରେ ହାତ ଦେଇ ବସିବା ସହିତ କେବଳ ପୁଞ୍ଜିପତିମାନଙ୍କ କଥା ବିଚାର କରୁଛି ବୋଲି ରାହୁଲ କଟାକ୍ଷ କରି ଲେଖିଛନ୍ତି। ବିହାର ନିର୍ବାଚନ ପୂର୍ବରୁ ରାହୁଲଙ୍କ ଏହି ଟୁଇଟକୁ ନେଇ ରାଜନୀତି କରିଡ଼ରରେ ଏବେ ବେଶ ଆଲୋଚନା ହେଉଛି।

ଏହାପୂର୍ବରୁ ରାହୁଲ ଦେଶର ଜିଡିପି ଅଭିବୃଦ୍ଧି ହ୍ରାସ, କରୋନା ମୃତ୍ୟୁ, ଚୀନ୍ ସହ ସୀମା ବିବାଦ ଆଦିକୁ କେନ୍ଦ୍ର କରି ଲଗାତାର କେନ୍ଦ୍ର ସରକାରଙ୍କ ଟାର୍ଗେଟ କରୁଛନ୍ତି। ମୋଦୀ ସରକାର ଏହି ସବୁ ବିଷୟର ସମାଧାନ କରିବାରେ ବିଫଳ ହୋଇଛି ବୋଲି ରାହୁଲ କହିଛନ୍ତି।

 

Comment