ଓଡ଼ିଶାଲାଇଭ୍‌ ବ୍ୟୁରୋ

୫୬ ବର୍ଷ ବୟସରେ ପାଦ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆଜି ତାଙ୍କ ଜନ୍ମଦିନରେ ବହୁ ନେତା, ମନ୍ତ୍ରୀ ସମର୍ଥକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାହଙ୍କ ପାଇଁ ଟୁଇଟ କରି ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି କହିଛନ୍ତି, ‘‘ଅମିତ ଶାହାଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଦେଶର ବିକାଶ ପାଇଁ ସେ ଯେଉଁ ନିଷ୍ଠାପରତା ସହ କାମ କରୁଛନ୍ତି ତାହାର ପୂରାଦେଶ ସାକ୍ଷୀ ରହିଛି। ବିଜେପିକୁ ମଜଭୁତ କରିବାରେ ମଧ୍ୟ ତାଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ’’।

ସେହିପରି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି।

୧୯୬୪ ମସିହା ଅକ୍ଟୋବର ୨୨ ତାରିଖ ଦିନ ଅମିତ ଶାହ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ବିଜେପି ୨୦୧୬ରେ ମହାରାଷ୍ଟ୍ର, ହରିୟାଣା, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ ଏବଂ ଆସାମ ଆଦି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟରେ ବିଜେପିର ବିପୁଳ ବିଜୟ ତାଙ୍କ ଯୋଗୁଁ ହିଁ ସମ୍ଭବ ହୋଇଥିଲା। ଏହାଛଡ଼ା ତାଙ୍କୁ ଭାରତୀୟ ରାଜନୀତିର ‘ଚାଣକ୍ୟ’ ବୋଲି କୁହାଯାଏ।

Comment