ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମ୍ୟାଚରେ ଆଜି ମୁହାମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ।

ପ୍ଲେ ଅଫ୍ ଦୃଷ୍ଟିରୁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ରାଜସ୍ଥାନ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ସପ୍ତମ ସ୍ଥାନରେ ରହିଛି। ଉଭୟ ଦଳଙ୍କ ପାଖରେ ସମାନ ସଂଖ୍ୟକ ୮ ପଏଣ୍ଟ ମଧ୍ୟ ଅଛି। ତେଣୁ ଏହି ମ୍ୟାଚରେ ଜିତି ଦୁଇ ଦଳ ପ୍ଲେ ଅଫ୍ ଆଡକୁ ଆଉ ପାଦେ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି।

ଦୁଇ ଦଳକୁ ଲକ୍ଷ୍ୟ କଲେ ରାଜସ୍ଥାନ, ହାଇଦ୍ରାବାଦ ଅପେକ୍ଷା ଏହି ମ୍ୟାଚରେ ଫେଭରିଟ୍ ମାନ୍ୟତା ପାଇବ। ହାଇଦ୍ରାବାଦ ଗତ ମ୍ୟାଚରେ ସଂଘର୍ଷ କରି ସୁପର ଓଭରରେ ଜିତିଥିବାବେଳେ ରାଜସ୍ଥାନ ଏହି ମ୍ୟାଚରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି।

ରାଜସ୍ଥାନ ରୟାଲ୍ସ 

ଷ୍ଟିଭ୍ ସ୍ମିଥ୍(ଅଧିନାୟକ), ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍, ଆଣ୍ଡ୍ରୁ ଟାଏ, କାର୍ତ୍ତିକ ତ୍ୟାଗୀ, ଅଙ୍କିତ ରାଜପୁତ, ଶ୍ରେୟାସ୍ ଗୋପାଲ, ରାହୁଲ ତେଓ୍ଵାଟିଆ, ଜୟଦେବ ଉନତ୍କତ୍, ମୟଙ୍କ ମାର୍କାଣ୍ଡେ, ମହିପାଲ୍ ଲୋମରୋର୍, ଓସାନୀ ଥୋମାସ୍, ରିୟାନ୍ ପରାଗ, ଜଶସ୍ଵୀ ଜୟସ୍ଵାଲ୍, ଅନୁଜ୍ ରାଓ୍ଵାତ୍, ଆକାଶ ସିଂହ, ଜୋଫ୍ରା ଆର୍କର୍, ଡେଭିଡ ମିଲର୍, ଜସ୍ ବଟଲର୍, ମନ୍ ଭୋରା, ଶସାଙ୍କ ସିଂହ, ବରୁଣ ଆରୋନ୍, ଟମ୍ କୁରାନ୍, ରବିନ୍ ଉତ୍ଥାପା, ଅନିରୁଦ୍ଧ ଜୋଶୀ।

ସନରାଇଜର୍ସ ହାଇଦ୍ରାବାଦ୍

ଡେଭିଡ ଓ୍ଵାର୍ଣ୍ଣର(ଅଧିନାୟକ), ରସିଦ୍ ଖାନ୍, ସଞ୍ଜୟ ଯାଦବ, ବର୍ଦ୍ଧମାନ ଶାହା, ଖଲିଲ୍ ଅହମ୍ମଦ, ସନ୍ଦୀପ ଶର୍ମା, ଅବ୍ଦୁନ ସାମଦ୍, ମାଇକେଲ୍ ମର୍ସ, ଶ୍ରୀଭଟ୍ସ ଗେସ୍ଵାମୀ, ମହମ୍ମଦ ନବି, ଫଆବିଆନ୍ ଆଲେନ୍, ଅଭିଶେକ୍ ଶର୍ମା, ବସିଲ ଥାମ୍ପି, ବିଲ୍ଲି ଷ୍ଟାନଲେକ୍, ସନ୍ଦୀପ ବାଭାନ୍କା, ଭୁବନେଶ୍ଵର କୁମାର, ବିରାଟ ସିଂହ, ନଟରାଜନ୍, କେନ୍ ଓ୍ଵିଲିୟମ୍, ସାହାବାଜ୍ ନାଦିମ୍, ଜନି ବାଇରଷ୍ଟୋ, ମନିଷ୍ ପାଣ୍ଡେ, ବିଜୟ ଶଙ୍କର, ସିଦ୍ଧାର୍ଥ କୌଲ୍, ପ୍ରିୟମ୍ ଗର୍ଗ।

Comment