ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଷ୍ଟ କ୍ରିକେଟରେ ଆଜି ସୁଦ୍ଧା ବ୍ରାଏନ ଲାରାଙ୍କ ୪୦୦ ରନର ଇଂନିସ ଏକ ରେକର୍ଡ ହୋଇ ରହିଛି। କୌଣସି ବ୍ୟାଟ୍ସମ୍ୟାନ୍ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ ଭାଙ୍ଗିପାରିନାହାଁନ୍ତି। ହେଲେ ଆଇପିଏଲର ଦୁଇ କ୍ୟାପଟେନ୍ ଏହି ରେକର୍ଡକୁ ଭାଙ୍ଗିପାରିବେ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସ୍ୱେହାଗ।

ଏହି ଦୁଇ କ୍ୟାପଟେନ୍ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଓ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍ ୱାର୍ନର। ସେହ୍ୱାଗ କହିଛନ୍ତି ଯେ, ଏହି ଦୁଇ ଖେଳାଳି ହିଁ ଲାରାଙ୍କ ୪୦୦ ରନର ରେକର୍ଡ ଭରା ଇଂନିସକୁ ଭାଙ୍ଗିପାରିବେ।ଲାରା ୨୦୦୪ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଏହି ୪୦୦ ରନର ଇଂନିସ ଖେଳିଥିଲେ। ଯାହାକି କ୍ରିକେଟ୍ ଇତିହାସରେ ଏକ ଅଭଙ୍ଗା ରେକର୍ଡ ହୋଇ ରହିଛି। ବୀରେନ୍ଦ୍ର ସ୍ୱେହାଗ କ୍ରିକେଟ ଖେଳିବା ସମୟରେ ସେ ହିଁ ଏହି ରେକର୍ଡ ଭାଙ୍ଗିପାରିବେ ବୋଲି ତାଙ୍କ ଫ୍ୟାନମାନେ କହୁଥିଲେ। ହେଲେ ତାହା ସମ୍ଭବ ହୋଇପାରିଲା ନାହିଁ। ହେଲେ ବର୍ତ୍ତମାନର ଭାରତୀୟ ଓପନର ରୋହିତ ଶର୍ମା ଓ ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ୱାର୍ନର ଏହି ରେକର୍ଡକୁ ଭାଙ୍ଗିପାରିବେ ବୋଲି କହିଛନ୍ତି।

 

Comment