ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁରରୁ ଶନିବାର ୩ କ୍ଵିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ଟି ମୋବାଇଲ ଫୋନ୍, ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା, ଗୋଟିଏ କଣ୍ଟେନର, ୩ଟି ଗାଡ଼ି ଏବଂ ଗୋଟିଏ ପିସ୍ତଲ ସହ ୩ଟି ଅଫୁଟା ଗୁଳି ଜବତ ହୋଇଛି।

ସୂଚନା ଅନୁସାରେ ଶନିବାର ୨୬ ନମ୍ଵର ଜାତୀୟ ରାଜପଥ କୋରାପୁଟ-ଜୟପୁର ଘାଟି ଶିବ ମନ୍ଦିର ପାଖରେ ଏକ ୫ରୁ ୭ ଦୁର୍ବୃତ୍ତ ୨ଟି ଗାଡିରେ ଗଞ୍ଜେଇ ଲୋଡ଼ିଙ୍ଗ କରୁଥିଲେ। ଏହି ସମୟରେ କୌଣସି ଏକ ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ଏବଂ ତାଙ୍କ ଟିମ୍‌ ସେଠାରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଚମ୍ପଟ ମାରିବାକୁ ଯୋଜନା କରୁଥିବା ବେଳେ ୫ଜଣ ଅଭିଯୁକ୍ତ ଧରା ପଡ଼ିଯାଇଥିଲେ।ଏହାପରେ ସେମାନଙ୍କ ୨ଟି ଗାଡ଼ିରୁ ୬୨ଟି ଗଞ୍ଜେଇ ପ୍ୟାକେଟ ଜବତ କରିଥିଲା ପୋଲିସ। ସେଥିରୁ ପ୍ରାୟ କ୍ଵିଣ୍ଟାଲ୍ ଗଞ୍ଜେଇ ବାହାରିଥିଲା ଏବଂ ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ପୋଲିସ ସୂଚନା ଦେଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଦୁର୍ଗର ମହମ୍ମଦ ଆସିଫ, ବୁଦ୍ଧନାର ନାସିର ଅନସାରି, ବୋରିଗୁମ୍ମାର ନବୀନ ହରିଜନ, ହରିୟାନା ଫରିଦାବାଦର ଦୁର୍ଗା ନନ୍ଦୁ ମିଶ୍ର ଏବଂ ଜୟପୁର କଳାଗୁଡାର କାର୍ତ୍ତିକ କନ୍ଦପାଣି।  ଏମାନଙ୍କ ବିରୋଧରେ ପୋଲିସ କେସ୍ ନମ୍ଵର ୨୧୧/୨୦ରେ ଏକ ମାମଲା ରୁଜୁ କରି ଏନଡିପିଏସ ଆକ୍ଟରେ ସେମାନଙ୍କୁ କୋର୍ଟ ଚାଲାଣ କରି ତଦନ୍ତ କରିଥିବା ଜଣାଯାଇଛି।

Comment