ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲରେ ଆଜି ଦେଖିବାକୁ ମିଳିବ ଦୁଇ ହାଇପ୍ରୋଫାଇଲ୍ ମ୍ୟାଚ୍। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଅପରାହ୍ଣ ସାଢ଼େ ୩ଟାରେ ଏହି ମ୍ୟାଚ୍ ଆବୁଧାବିରେ ଖେଳାଯିବ।

ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଥିବା କେକେଆର୍ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ଲେ ଅଫରେ ଦଳ ନିଜ ସ୍ଥାନ ପକ୍କା କରିବାକୁ ଏହି ମ୍ୟାଚ୍ ଜିତିବା ନିହାତି ଦରକାର। ଅନ୍ୟପଟେ ଦିଲ୍ଲୀ ଏହି ମ୍ୟାଚ୍ ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ଚାହିଁବ।

ଦିଲ୍ଲୀ ପାଇଁ ଶିଖର ଧାୱନ, ରିଷଭ ପନ୍ଥ ଓ ପୃଥ୍ୱୀ ସ ରନ୍ କରିବାକୁ ନିଶ୍ଚୟ ଚାହିଁବେ। ତା ସହିତ କେକେଆର୍ ମଧ୍ୟ କାର୍ତ୍ତିକ, ଗିଲ୍ ଓ ମୋର୍ଗାନଙ୍କଠାରୁ ବଡ଼ ଇଂନିସ ଆଶା ରଖିଛି। ତେଣୁ ଏହି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି।କୋଲକାତା ନାଇଟ୍ ରାଇଡର୍ସ

ଇଓନ୍ ମୋର୍ଗାନ୍ (ଅଧିନାୟକ),ଦୀନେଶ୍ କାର୍ତ୍ତିକ, ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ପାଟ୍ କମିନ୍ସ, ହ୍ୟାରି ଗର୍ନି, ସୁନିଲ୍ ନାରିନ୍, ନିଖିଲ୍ ନାୟକ, ଏମ୍ ସିଦ୍ଧାର୍ଥ, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, ସିଦେଶ୍ ଲାଡ୍, କମଳେଶ୍ ନଗରକୋଟି, ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ଟମ୍ ବାଣ୍ଟୋନ୍, ପ୍ରବୀଣ ତାମ୍ଵେ, କ୍ରିସ ଗ୍ରୀନ୍, ରାହୁଲ ତ୍ରିପାଠୀ।

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟାସ୍ ଆୟାର(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଅମିତ୍ ମିଶ୍ରା, ଅବେଶ୍ ଖାନ୍, ଅକ୍ଷର ପଟେଲ୍, ହର୍ଷଲ୍ ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, କିମୋ ପଲ୍, ପୃଥୀ ସ୍ୱ, ରବିଚନ୍ଦ୍ରନ୍ ଅଶ୍ଵିନୀ, ରିଷବ ପନ୍ତ, ସନ୍ଦୀପ ଲାମିଚାନେ, ଶିଖର ଧାଓ୍ଵନ୍, ଯଶନ୍ ରୟ, ଆଲେକ୍ସ କ୍ୟାରି, ସିସ୍ରୋନ୍ ହେଟମିର, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, ମାର୍କସ୍ ଷ୍ଟୋନିସ୍, ଲଲିତ ଯାଦବ, ଅନରିଚ୍ ନର୍ଟଯେ।

Comment