ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ମୁଣ୍ଡ ଉପରେ ନିଆଁ ଜାଳି ଝୁଣା ଧୂଆଁରେ ମା’ଙ୍କୁ କରାଯାଏ ଆରାଧନା।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ପୂଜାମଣ୍ଡପରେ ରହିଛି ଏପରି ପରମ୍ପରା। ଦୁର୍ଗାପୂଜାର ନବମୀ ତିଥିରେ ମାନସିକଧାରୀ ଭକ୍ତମାନେ ମୁଣ୍ଡ ଉପରେ ନିଆଁ ପଲମକୁ ରଖି ସେଥିରେ ଝୁଣା ଜାଳି ମା’ଙ୍କ ପାଦରେ ସମର୍ପଣ କରନ୍ତି। ଏଥିପାଇଁ ପୂଜାମଣ୍ଡପରେ ଜୋରସୋର୍‌ରେ ଭକ୍ତଙ୍କ ଗହଳି ଲାଗିଥାଏ।

କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଏହା ଦେଖିବାକୁ ମିଳିନାହିଁ। କେବଳ ବିଧି ପରମ୍ପରାକୁ ବଞ୍ଚାଇ ରଖିବାକୁ ମନ୍ଦିର ପୂଜକମାନେ ମା’ଙ୍କୁ ଏହି ଝୁଣା ଧୂଆଁ ଅର୍ପଣ କରିଛନ୍ତି।ଦୁର୍ଗାପୂଜାର ନବମୀ ତିଥିରେ ମା’ଙ୍କ ନିକଟରେ ଝୁଣା ପୋଡିଲେ ସାତ ଜନ୍ମର ପାପକ୍ଷୟ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି। ସେଥିପାଇଁ ଏହି ଦିନରେ ଭକ୍ତ ମାନେ ନିର୍ଜଳା ବ୍ରତ ରଖି ସନ୍ଧ୍ୟାରେ ମା’ଙ୍କ ଛାମୁରେ ନିଜର ମାନସିକ ଜଣାଇ ଝୁଣା ପୋଡ଼ିଥାନ୍ତି। ଏଥିସହିତ ମା’ଙ୍କ ପାଦତଳେ ଓଦା କମ୍ବଳ ଘୋଡେଇ ହୋଇ ଯୋଡ ହସ୍ତରେ ବସି ମା’ଙ୍କୁ ଆରାଧନା କରିଥାନ୍ତି।

Comment