ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲର ସବୁଠୁ ସଫଳ ଦଳ କୁହାଯାଉଥିବା ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ସିଜିନରେ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଛି। ଏଥିସହ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇ ପ୍ଲେ-ଅପ୍ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହେବ। ଦଳର ଏହି ବିପର୍ଯ୍ୟୟ ପରେ ଧୋନୀଙ୍କ ପତ୍ନୀ ସାକ୍ଷୀ ସୋସିଆଲ୍ ମିଡିଆରେ ଏକ ଦୁଃଖପୂର୍ଣ୍ଣ କବିତା ଲେଖି ନିଜର ଦୁଃଖପ୍ରକାଶ କରିଛନ୍ତି।

ସାକ୍ଷୀ ଲେଖିଛନ୍ତି, ଏହା କେବଳ ଏକ ଖେଳ ଅଟେ। ଏଥିରେ କେବେ ବି କେହି ହାରିବାକୁ ଚାହେଁନି, ହେଲେ ସମସ୍ତେ ଜିତି ପାରନ୍ତିନି। କିଛି ଲୋକ ଏଥିରେ ଜିତୁଥିବାବେଳେ ଅନ୍ୟମାନେ ହାରିଥାନ୍ତି।  ଗୋଟିଏ ଦଳ ମ୍ୟାଚ୍ ଜିତି ଖୁସି ମନୋଉଥିବାବେଳେ ଅନ୍ୟ ଦଳ ହାରିବା ଯୋଗୁଁ ଦୁଃଖ କରୁଥାଏ।

ଏଥିସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ବିଗତ ବର୍ଷମାନଙ୍କରେ ସେ ଅନେକ ଭଲ ମ୍ୟାଚ୍ ଦେଖିଛନ୍ତି। ସେତେବେଳେ ବି ସେମାନେ ବିଜେତା ଥିଲେ ଆଉ ଏବେ ବି ସେମାନେ ବିଜେତା ବୋଲି ସିଏସକେ ଖେଳାଳିଙ୍କୁ କହିଛନ୍ତି ସାକ୍ଷୀ।

ଚଳିତ ଆଇପିଏଲ୍ ସିଜିନ୍ ଚେନ୍ନାଇ ସୁପରକିଙ୍ଗସ୍ ପାଇଁ ଭଲ ଯାଇନି। ଦଳ ଏଯାବତ ମାତ୍ର ଚାରୋଟି ମ୍ୟାଚ୍ ଜିତିପାରିଥିବାବେଳେ ପଏଣ୍ଟ ଟେବୁଲର ଶେଷରେ ରହିଛି। ଅନ୍ୟପଟେ ଧୋନୀଙ୍କ ନେତୃତ୍ୱରେ ଦଳର ଏତେବଡ଼ ବିପର୍ଯ୍ୟୟ ହେବା ଫ୍ୟାନମାନଙ୍କୁ ଦୁଃଖ ଦେଇଛି।

Comment