ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି କଟକରେ କଟକଣା ସହ ପାଳନ ହେବ ଦୁର୍ଗାପୂଜା ଭସାଣ ଉତ୍ସବ। ଏଥିପାଇଁ ଗତକାଲି ନିର୍ଦ୍ଦେଶାବଳୀ ଜାରି କରିଛି କମିସନରେଟ୍ ପୋଲିସ। ଆଜି ୪ଟି ପର୍ଯ୍ୟାୟରେ କଟକ ଦୁର୍ଗାପୂଜାର ସବୁ ମୂର୍ତ୍ତି ବିସର୍ଜନ ହେବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ମୂର୍ତ୍ତି ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ୧୪ଟି କୁତ୍ରିମ ଜଳାଶୟ ଗଠନ କରାଯାଇଛି। ସବୁ ପୂଜା କମିଟିମାନେ ଆସି ଏହି କୁତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନ କରିବେ। ତେବେ ଏଥର କରୋନା କଟକଣା ପାଇଁ ସାହି ପରିକ୍ରମାକୁ ମନା କରାଯାଇଛି। ପ୍ରତି ପୂଜା କମିଟିର ୭ ଜଣ ସଦସ୍ୟଙ୍କୁ ନେଇ ଏଥର କଟକରେ ଦୁର୍ଗାପୂଜା ଭସାଣ ଉତ୍ସବ ଆୟୋଜନ କରାଯିବ।

ପୂଜା କମିଟିମାନେ ଦିନ ୧୦ଟାରୁ ୧୨ଟା, ୧୨ଟାରୁ ୨ଟା, ୨ଟାରୁ ୪ଟା ଏବଂ ୪ଟାରୁ ୬ଟା ଚାରୋଟି ପର୍ଯ୍ୟାୟରେ ଆସି ମୂର୍ତ୍ତି ବିସର୍ଜନ କରିବେ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

Comment