ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ) ସ୍ନିଗ୍ଧାରାଣୀ ମିଶ୍ରଙ୍କ କଳା କାରନାମା ଧରାପଡ଼ିଛି। ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି।

ଅଙ୍ଗନବାଡି କେନ୍ଦ୍ରର ଏକ୍‌ ବିଲ୍‌ ପାସ୍‌  କରିଦେବା ପାଇଁ ସ୍ନିଗ୍ଧାରାଣୀ ସପ୍ଲାୟରଙ୍କଠାରୁ ଟଙ୍କା ଲାଞ୍ଚ ନେଉଥିଲେ। ଠିକ୍‌ ସେହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

ଭିଜିଲାନ୍ସ ଟିମ୍‌ ସିଡିପିଓଙ୍କ ଅଫିସ ସହ ସେମିଳିଗୁଡ଼ାରେ ଥିବା ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଛନ୍ତି। ତେବେ ତାଙ୍କ ଘରୁ କେତେ ଟଙ୍କା ମିଳିଛି ବା ତାଙ୍କ ସମ୍ପତ୍ତି ତାଲିକା  କ’ଣ ରହିଛି ଏନେଇ ସୂଚନା ମିଳିନି।

ଅନ୍ୟପଟେ ସ୍ନିଗ୍ଧାଙ୍କ ନାମରେ ପୂର୍ବରୁ ଆୟ ବର୍ହିର୍ଭୁତ ସମ୍ପତି ଠୁଳ ଅଭଯୋଗ ଥିଲା ବୋଲି ଜୟପୁର ଏସପି ଶଶୀ ଶେଖର ମହାପାତ୍ର ସୂଚନା ଦେଇଛନ୍ତି।

Comment