ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୨୮୪କୁ ବୃଦ୍ଧି ଘଟିଛି।
ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ଝାରସୁଗୁଡ଼ା, ନୂଆପଡ଼ା ଜିଲ୍ଲାରୁ ୨ ଲେଖାଏଁ, ସମ୍ବଲପୁର, କଟକ, ଗଞ୍ଜାମ, ସୁନ୍ଦରଗଡ଼, ପୁରୀ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ଖୋର୍ଦ୍ଧାର ୨ ମୃତକଙ୍କ ମଧ୍ୟରେ ୫୯, ୭୭ ବର୍ଷୀୟ ପୁରୁଷ ଥିଲା ବେଳେ ନୂଆପଡ଼ାରୁ ଜଣେ ୨୨ ବର୍ଷୀୟ ଯୁବକ ଓ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ାର ଜଣେ ୭୦ ବର୍ଷୀୟ ମହିଳା ଓ ଜଣେ ୫୮ ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି।
ସେହିପରି ନବରଙ୍ଗପୁରରୁ ୬୮ ବର୍ଷୀୟ ପରୁଷ, ପୁରୀର ୮୦ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ର ୮୦ ବର୍ଷୀୟ ପୁରୁଷ, ସମ୍ବଲପୁରରୁ ୫୯ ବର୍ଷୀୟ ପୁରୁଷ, କଟକର ୩୫ ବର୍ଷୀୟ ପୁରୁଷ, ଗଞ୍ଜାମର ୩୬ ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି।


















