ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର କୁଲଗାମରେ ଗୁରୁବାର ଆତଙ୍କବାଦୀମାନେ ୩ ଜଣ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସ୍ଥାନୀୟ ପୋଲିସ ତରଫରୁ ଏନେଇ ସୂଚନା ମିଳିଛି। ଏଥିରେ ଫିଦା ହୁସେନ୍, ଉମେର ରସିଦ୍, ଉମେର ହସାନଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।

ପୋଲିସ ପକ୍ଷରୁ କୁହାଯାଇଛି ଯେ, ଆଜି ସକାଳ ସାଢ଼େ ୮ଟା ପାଖାପାଖି କୁଲଗାମ ଅଞ୍ଚଳରେ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ। ଏହାପରେ ପୋଲିସ ଏହି ତିନି ବିଜେପି କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖୁବଶୀଘ୍ର କେଉଁ ଆତଙ୍କବାଦୀ ସଙ୍ଗଠନ ଏହା କରିଛି ସେନେଇ ତଦନ୍ତ କରାଯିବ ବୋଲି କୁହାଯାଇଛି।

ଅନ୍ୟପଟେ ଜମ୍ମୁ କଶ୍ମୀର ବିଜେପି ସଙ୍ଗଠନ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏଥିସହ ଦିବଙ୍ଗତ ଆତ୍ମାମାନଙ୍କୁ ଇଶ୍ୱର ଶାନ୍ତି ପ୍ରଦାନ କରନ୍ତୁ ବୋଲି ଜମ୍ମୁ କଶ୍ମୀର ବିଜେପି ପକ୍ଷରୁ ଟୁଇଟ୍ କରାଯାଇଛି।

ଏହି ତିନି ଜଣ ବିଜେପି କର୍ମୀ ଯୁବ ସଙ୍ଗଠନର ନେତୃତ୍ୱ ନେଉଥଲେ। ଫିଦା ହୁସେନ୍ କୁଲଗାମ ଜିଲ୍ଲାର ମହାସଚିବ ଭାବେ କାମ କରୁଥିବାବେଳେ ଉମେର ରସିଦ କୁଲଗାମ ଜିଲ୍ଲା ଯୁବ ବିଜେପି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ଏହି ତିନି ଜଣ ବିଜେପି କର୍ମୀଙ୍କୁ ଆକ୍ରୋଶମୂଳକ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Comment