ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ ରାକେଟ ଚଳାଇଥିବା ଏକ ଗ୍ୟାଙ୍ଗକୁ ଧରିଛି ପୋଲିସ। ଶୁକ୍ରବାର ବ୍ରହ୍ମପୁର ପୋଲିସ ଅଚାନକ ଚଢ଼ାଉ କରି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହିତ ନଗଦ ୩୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

ବ୍ରହ୍ମପୁରରେ ଗୋଟିଏ ଗ୍ୟାଙ୍ଗ୍ ଦୀର୍ଘ ଧରି ଆଇପିଏଲରେ ବେଟିଂ ଚଳାଇଥିଲା। ବିଭିନ୍ନ ଅନଲାଇନ୍ ଆପ୍ ଜରିଆରେ ସେମାନେ ବେଟିଂ କରୁଥିଲେ। ଏନେଇ ଖବର ପାଇବା ପରେ ବ୍ରହ୍ମପୁର ପୋଲିସ ଏହି ଗ୍ୟାଙ୍ଗ୍ ଉପରେ ଚଢ଼ାଉ କରିଥିଲା।

ପୋଲିସ ଏହି ସମୟରେ ନଗଦ ୩୩ ଲକ୍ଷ ୬୨ ହଜାର ଟଙ୍କା ପାଇଥିବାବେଳେ ଘଟଣାସ୍ଥଳରୁ ୪ଟି ମୋବାଇଲ୍ ଓ ୩ଟି ଏଟିଏମ୍ କାର୍ଡ ଜବତ କରିଛି। ବ୍ରହ୍ମପୁରରୁ ଏହି ବେଟିଂ ଲିଙ୍କ୍ ମୁମ୍ବାଇ, ଦିଲ୍ଲୀ, କୋଲକାତା ସହିତ ଦୁବାଇ ଭଳି ବଡ଼ ବଡ଼ ସହରକୁ ଲମ୍ବିଛି ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here