ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଚୁଲବୁଲି ନାୟିକା ଭାବେ ବେଶ ଜଣାଶୁଣା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ। ତାଙ୍କର ନିଆରା ଅନ୍ଦାଜରେ ସମସ୍ତେ ଦିଓ୍ୱାନା। ମାତ୍ର ୨ ବର୍ଷ ଫିଲ୍ମ କ୍ୟାରିୟରରେ ସେ ପାଇଛନ୍ତି ସଫଳତା। ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣିଥିବା ଏହି ଅଭିନେତ୍ରୀ ଆଜି ୨୨ ବର୍ଷ ବୟସରେ ପାଦ ଦେଇଛନ୍ତି।

୧୯୯୮, ଅକ୍ଟୋବର ୩୦ରେ ଜନ୍ମ ହୋଇଥିବା ଅନନ୍ୟା ୨୦୧୯ରେ ବଲିଉଡ ଡେବ୍ୟୁ କରିଥିଲେ। ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରେ ସେ ଅଭିନେତା ଟାଇଗର ଶ୍ରଫ ଓ ତାରା ସୂତାରିୟାଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମରେ ତାଙ୍କର ଚୁଲବୁଲି ଅନ୍ଦାଜ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।

ଏହାପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଭୂମି ପଡେନକରଙ୍କ ସହ ଅନନ୍ୟା ‘ପତି ପତ୍ନୀ ଔର ଓ୍ୱ’ରେ ନଜର ଆସିଥିଲେ। କାର୍ତ୍ତିକ ଓ ଭୂମିଙ୍କ ସହ ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା।

ସେହିପରି ତାଙ୍କର ଆଉ ଏକ ଫିଲ୍ମ ହେଉଛି ‘ଖାଲିପିଲି’। ଏହି ଫିଲ୍ମରେ ଅଭିନେତା ଇଶାନ ଖଟ୍ଟର ତାଙ୍କ ଅପୋଜିଟ୍‌ରେ ଆସିଛନ୍ତି।।

Comment