ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ବିଧାନସଭା ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍। ରାଜ୍ୟର ୯୪ଟି ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ହେବ। ଯେଉଁଥିରେ ପ୍ରାୟ ୧୫୦୦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।

ନିର୍ବାଚନ ଜିତିବାକୁ ହେଲେ ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। କାହିଁକି ନା, ଏହି ପର୍ଯ୍ୟାୟରେ ରାଜ୍ୟର ୧୭ଟି ଜିଲ୍ଲାର ଲୋକ ଭାଗ ନେବେ।ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧୪୬୩  ପ୍ରାର୍ଥୀ ଠିଆ ହୋଇଛନ୍ତି। ଯେଉଁଥିରୁ ୧୩୧୬  ପୁରୁଷ ପ୍ରାର୍ଥୀ ହୋଇଥିବାବେଳେ ୧୪୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଏଥିସହ ଏହି ପର୍ଯ୍ୟାୟରେ ପ୍ରାୟ ୩ କୋଟି ବିହାରବାସୀ ନିଜର ମତ ଅଧିକାର ସାବ୍ୟସ୍ତ କରିବେ।

ଏହାପୂର୍ବରୁ ବିହାରରେ ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହୋଇଥିଲା। ଯେଉଁଥିରେ ମତଦାନ ହାର ୫୫.୬୮ ରହିଥିଲା। ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପରେ ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟ ଭୋଟ୍ ହେବ। ଏହାପରେ ନଭେମ୍ବର ୧୦ରେ ବିହାର ନିର୍ବାଚନର ଫଳାଫଳ ଘୋଷଣା ହେବ।

Comment