ଓଡ଼ିଶାଲାଇଭ ବ୍ୟୁରୋ

ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆମେରିକା ରାଷ୍ଟ୍ରପତି ପଦ ପାଇଁ ଭୋଟିଂ। ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ଅପରାହ୍‌ଣ ୩.୩୦ରୁ ମତସାବ୍ୟସ୍ତ କରିବେ ଆମେରିକୀୟ ଭୋଟର। ସେଠାକାର ସମୟ ଅନୁସାରେ ମଙ୍ଗଳବାର ସକାଳ ୫ ଟାରୁ ଭୋଟି ଆରମ୍ଭ ହେବ ଓ ଏହା ରାତି ୯ଟା ଯାଏ ଚାଲିବ। ଭାରତୀୟ ସମୟ ଅନୁସାରେ ଏହା ଅପରାହ୍‌ଣ ୩.୩୦ରୁ ବୁଧବାର ସକାଳ ୧୧.୩୦।

ତେବେ ଆମରେକୀୟ ଭୋଟର ପ୍ରତ୍ୟକ୍ଷ ଭାବେ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତିନାହିଁ। ଇଲେକ୍ଟୋରାଲ କଲେଜର ସଭ୍ୟ ନିର୍ବାଚିତ ହେବା ପରେ ସେମାନେ ଆମେରିକାର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ମୋଟ ୫୩୮ ସଭ୍ୟ ଇଲେକ୍ଟୋରାଲ କଲେଜକୁ ନିର୍ବାଚିତ ହେବେ। ସେଥିମଧ୍ୟରୁ୨୭୦ ସଭ୍ୟ ଯାହା ସପକ୍ଷରେ ଭୋଟ ଦେବେ ସେ ହିଁ ରାଷ୍ଟ୍ରପତି ନିର୍ବାଚିତ ହେବେ।

ତେବେ ପପୁଲାର ଭୋଟିଂ ଅନୁସାରେ ଜୋ ବିଡେନ ହିଁ ଆଗରେ ଅଛନ୍ତି। ଯଦି ଏହା ସତ୍ୟ ହୁଏ ତେବେ ସେ ଡେମୋକ୍ରାଟ ସିନେଟର ନୂଆ ରାଷ୍ଟ୍ରପତି ଭାବେ ହ୍ୱାଇଟହାଉସକୁ ଯିବେ। ତେବେ ଗତଥର ପପୁଲାର ଭୋଟିଂରେ ପଛୁଆ ଥିବା ରପବ୍ଲିକାନର ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଅସଲି ନିର୍ବାଚନରେ ବାଜିମାତ କରିଥିଲେ। ପପୁଲାର ଭୋଟିଂ ଅନୁସାରେ ଚୂଡ଼ାନ୍ତ ଭୋଟିଂର ଫଳାଫଳ ହେଲେ ତେବେ ପ୍ରାୟ ୩ ଦଶନ୍ଧି ପରେ ପ୍ରଥମ ଥର ପାଇଁ ସର୍ବାଧିକ ଭୋଟରେ ଜିତିବେ ବିଡେନ। ୧୯୯୬ରେ ରାଷ୍ଟ୍ରପତି ନିର୍ବାଚନରେ ବିଲ୍ କ୍ଲିଣ୍ଟନଙ୍କୁ ମଧ୍ୟ ଟପିଯିବେ ବିଡେନ।

ତେବେ ଗତଥରର ଟ୍ରମ୍ପଙ୍କ ଅପ୍ରତ୍ୟାଶିତ ବିଜୟ ଏତେସବୁ କଳ୍ପନା ଜଳ୍ପନା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇଛି। ତେବେ ଭୋଟ ସରିବା ପରେ ଗଣନା ପାଇଁ ବେଶ କିଛି ଦିନ ଲାଗିଯିବ। କାରଣ ପୋଷ୍ଟାଲ ଓ ମେଲ୍ ଭୋଟିଂ ବି ଏଥିରେ ସାମିଲ ହେବ। ଫ୍ଲୋରିଡା, ୱିସକନସିନ, ପେନସିଲଭାନିଆ ଭଳି ରାଜ୍ୟଗୁଡ଼ିକରେ ମତଗଣାନା ଅଧିକ ଦିନ ଲାଗିବ।

ପ୍ରାକ୍ ନିର୍ବାଚନୀ ସର୍ଭେ ଅନୁସାରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନ ବହୁତ ଆଗରେ ରହୁଛନ୍ତି। ସିଏନଏନ ପୋଲ ସର୍ଭେ ଅନୁସାରେ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ବିଡେନ ୧୦ ପ୍ରତିଶତ ଆଗୁଆ ରହୁଛନ୍ତି।  ଜୋ ବିଡେନ ୫୨ ପ୍ରତିଶତ ଭୋଟ୍ ପାଉଥିବା ବେଳେ ଟ୍ରମ୍ପ ୪୨ ପ୍ରତିଶତ ଭୋଟ୍ ପାଉଛନ୍ତି। କେବଳ ପପୁଲାର ଭୋଟିଂକୁ ଆଧାର କରି ସିଏନଏନ ଏହି ରିପୋର୍ଟ ପ୍ରକାଶ କରିଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ସବୁକିଛି ପୂର୍ବ ନିର୍ଦ୍ଧାରିତ। ସବୁକିଛି ସମ୍ବିଧାନରେ ଉଲ୍ଲେଖ ରହିଛି। ନଭେମ୍ବର ମାସର ପ୍ରଥମ ସୋମବାର ପରେ ପଡ଼ୁଥିବା ମଙ୍ଗଳବାର ହିଁ ମତଦାନ ହୁଏ। ୨୦ ଜାନୁଆରୀରେ ହିଁ ନୂଆ ରାଷ୍ଟ୍ରପତି ଶପଥ ନେବେ।

Comment