ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆମେରିକାରେ ରହି ବି ବଲିଉଡ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ୍‌ ଜୋନ୍ସଙ୍କ ପାଇଁ ଧୁମ୍‌ଧାମ୍‌ରେ ‘କର୍‌ବା ଚୌଥ୍‌ ପାଳନ କରିଛନ୍ତି। ପୂଜା ସମୟର କିଛି ଫଟୋ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ଫଟୋରେ ପ୍ରିୟଙ୍କା ଲାଲ୍‌ ଶାଢ଼ି ସହିତ ହାତରେ ପୂଜା ଥାଳି ଧରିଥିବା ନଜର ଆସିଛନ୍ତିା ସମ୍ପୂର୍ଣ୍ଣ ପାରମ୍ପରିକ ବେଶ ପୋଷାକରେ ପ୍ରିୟଙ୍କା ପ୍ରଶଂସକଙ୍କ ମନ କିଣିଛନ୍ତିା

କେବଳ ପ୍ରିୟଙ୍କା ନୁହଁନ୍ତି ତାଙ୍କ ସ୍ୱାମୀ ନିକ୍‌ ଜୋନ୍ସ ବି ଇନଷ୍ଟାଗ୍ରାମରେ ପ୍ରିୟଙ୍କାଙ୍କ ଫଟୋ ସେୟାର କରିଛନ୍ତିା ନିକ୍‌ ଓ ପ୍ରିୟଙ୍କାଙ୍କ ଏହି ଫଟୋରେ ବହୁ ୟଜର୍ସ ପ୍ରତକ୍ରିୟା ଦେଇଛନ୍ତିା ଉଭୟଙ୍କ ବୈବାହିକ ଜୀବନ ଆହୁରି ସୁଖମୟ ହେଉ ବୋଲି ୟୁଜର କମେଣ୍ଟ ଦେଇଛନ୍ତିା

ପ୍ରିୟଙ୍କା ଓ ନିକ୍‌ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୋ ଏହି ହାଇ ପ୍ରୋଫାଇଲ ବାହାଘର ରାଜସ୍ଥାନରେ ଅନୁଷ୍ଠିତ ହୋଇଥିଲା। ବାହାଘର ପରେ ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କ ସହ ଆମେରିକାରେ ରହୁଛନ୍ତି।

Comment