ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ଵଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ (OSOU)ରେ ବିଭିନ୍ନ ବିଭାଗରେ ଏକାଡେମିକ୍ କନସଲ୍ଟାଣ୍ଟ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ୧୬ ନଭେମ୍ଵର ପୂର୍ବରୁ ଆବେଦନ କରିପାରିବେ।
ପଦବୀ – ଏକାଡେମିକ୍ କନସଲ୍ଟାଣ୍ଟ
ସ୍ଥାନ – ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍, ସମ୍ଵଲପୁର
ବିଭାଗ – ଇତିହାସ (ହିଷ୍ଟ୍ରି), ସାମାଜିକ ବିଜ୍ଞାନ (ସୋସିଓଲୋଜି), ସଂସ୍କୃତ (ସାନ୍ସକ୍ରିଟ), ଓଡ଼ିଆ, ଗଣିତ (ମ୍ୟାଥ୍), ରସାୟନ ବିଜ୍ଞାନ (କେମିଷ୍ଟ୍ରି), ପ୍ରାଣୀ ବିଜ୍ଞାନ (ଜୁଲୋଜି), ଉଦ୍ଭିଦ ବିଜ୍ଞାନ (ବଟାନି) ଏବଂ ପଦାର୍ଥ ବିଜ୍ଞାନ (ଫିଜିକ୍ସ)।
ଆବଶ୍ୟକୀୟ ଯୋଗ୍ୟତା
- ଉପରୋକ୍ତ ପଦବୀ ମଧ୍ୟରୁ ଯେଉଁ ବିଭାଗ ନିମନ୍ତେ ପ୍ରାର୍ଥୀ ଆବେଦନ କରୁଥିବେ, ସେହି ବିଭାଗରେ ସର୍ବନିମ୍ନ ୫୫ ପ୍ରତିଶତ ସହ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।
- କମ୍ପ୍ୟୁଟର ସଂପର୍କିତ ଜ୍ଞାନ ରଖିଥିବା ସହ ଡିଟିପି କାର୍ଯ୍ୟ ଜାଣିଥିବା ଆବଶ୍ୟକ।
ଆବେଦନ ପାଇଁ ଶେଷ ତାରିଖ – ୧୬ ନଭେମ୍ଵର ୨୦୨୦
ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।