ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶାଲାଇଭ୍’ ପକ୍ଷରୁ ମ୍ୟାନେଜର୍ ଆଡ୍‌ ସେଲ୍‌ସ ଏବଂ ଅନ୍ୟାନ୍ୟ ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଉଛି।

‘ମ୍ୟାନେଜର୍ – ଆଡ୍ ସେଲ୍‌ସ’ ପଦବୀ ପାଇଁ ପ୍ରିଣ୍ଟ, ରେଡିଓ, ଟେଲିଭିଜନ୍ କିମ୍ବା ଡିଜିଟାଲ୍ ମିଡିଆର ବିଜ୍ଞାପନ ବିଭାଗରେ ଅନ୍ୟୂନ ୫ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ସେହିପରି ‘ସିନିୟର୍ ଏକଜିକ୍ୟୁଟିଭ୍ – ଆଡ୍ ସେଲ୍‌ସ’ ପଦବୀ ଲାଗି ମଧ୍ୟ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏଥିପାଇଁ ଅନ୍ୟୂନ ୨ରୁ ୩ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଆକର୍ଷଣୀୟ ଦରମା ସହିତ ସଫଳତାଭିତ୍ତିକ ପ୍ରୋତ୍ସାହନ ବା ପର୍ଫମାନ୍ସ ଲିଙ୍କ୍‌ଡ ଇନସେଣ୍ଟିଭ୍ ପ୍ରଦାନ କରାଯିବ। ଚୟନ ହେଉଥିବା ପ୍ରାର୍ଥୀମାନେ ଓଡ଼ିଶାଲାଇଭ୍‌ର ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟରେ କାର୍ଯ୍ୟ କରିବେ।

ଆଗ୍ରହୀ ପ୍ରାର୍ଥୀମାନଙ୍କର ସମସାୟମିକ ମିଡିଆ ମାର୍କେଟ (ରିଜିଓନାଲ୍ ଏବଂ ନ୍ୟାସନାଲ୍‌) ବିଷୟରେ ସବିଶେଷ ଧାରଣା ଥିବା ଆବଶ୍ୟକ। କର୍ପୋରେଟ୍, ନ୍ୟାସନାଲ୍ ମାର୍କେଟ ଏବଂ ଡିଜିଟାଲ୍ ବିଭାଗରେ କାମ କରୁଥିବା ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ।

ପ୍ରାର୍ଥୀମାନେ ଯେକୌଣସି ବିଷୟରେ ସ୍ନାତକ ସହ ଏମ୍‌ବିଏ କିମ୍ବା କୌଣସି ବିଷୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବେ। ତଥାକଥିତ ଅନୁଭୂତି ଅପେକ୍ଷା ପ୍ରାର୍ଥୀଙ୍କ ଦକ୍ଷତା ଏବଂ ସୃଜନଶୀଳତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ।

ଯୋଗ୍ୟ ପ୍ରାର୍ଥୀମାନଙ୍କୁ ପାରମ୍ପରିକ ବିଜ୍ଞାପନ କାରବାର ସହିତ ବିଭିନ୍ନ ଥିମାଟିକ୍ ବିଷୟରେ କ୍ୟାମ୍ପେନ୍ ଏବଂ ଇଭେଣ୍ଟ ଆଦିର ସୁଯୋଗର ଉପଯୋଗ କରି ସମସାମୟିକ ଢାଞ୍ଚାରେ କାମ କରିବା ଉପରେ ଗୁରୁତ୍ୱ ଦିଆଯିବ।

ପ୍ରାର୍ଥୀମାନେ ନିଜର ସିଭି ସହିତ ଯେଉଁ ପଦବୀ ପାଇଁ ଆଗ୍ରହୀ ତାହା ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରି ଆଗାମୀ ୧୦ ଦିନ ମଧ୍ୟରେ accounts(@)oldigital(.)in ଯୋଗେ ଆବେଦନ କରିବାକୁ ପରାମର୍ଶ। ମନେରଖନ୍ତୁ ଆପଣଙ୍କ ଆବେଦନ କେବଳ ଇମେଲ୍ ମାଧ୍ୟମରେ ଗ୍ରହଣ କରାଯିବ।

ମିଡିଆ ମାର୍କେଟିଂରେ କ୍ୟାରିୟର୍ କରିବାକୁ ଆଗ୍ରହୀ ଥିବା ଫ୍ରେସର୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ଯୋଗ୍ୟତାଭିତ୍ତିରେ ସେମାନଙ୍କୁ ଚୟନ କରାଯିବା ସହ କିଛି ମାସର ତାଲିମ୍ ପରେ ସଫଳ ପ୍ରାର୍ଥୀମାନଙ୍କୁ ‘ଏକଜିକ୍ୟୁଟିଭ୍ – ମିଡିଆ ସେଲ୍‌ସ’ ପଦବୀରେ ସୁଯୋଗ ଦିଆଯାଇପାରେ।

Tags: #JobAlert #JobOffer #MediaJobOffer #OdishaLIVE #OLDigital

Comment