ଓଡ଼ିଶାଲାଇଭ୍ ବ୍ୟୁରୋ

ol digital-3ଓଡ଼ିଶାର ଆଗଧାଡ଼ିର ଡିଜିଟାଲ୍ ମିଡିଆ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ ପାଇଛି। ଓଡ଼ିଶାର ବିଭିନ୍ନ ଜନଜାତି ଭାଷା ଜାଣିଥିବା ଶିକ୍ଷିତ ଯୁବକଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ।

ଟାର୍ଗେଟ୍ ଲାଙ୍ଗୁଏଜ୍‌ସ – ଓଡ଼ିଶାର ପ୍ରମୁଖ ଆଦିବାସୀ ଭାଷା

ପଦବୀ

  • କଣ୍ଟେଣ୍ଟ୍ ରାଇଟର୍ / ଟ୍ରାନ୍ସଲେଟର
  • କମ୍ୟୁନିକେସନ / ଫିଲ୍ଡ ପ୍ରଜକ୍ସନ ଏକ୍‌ଜିକ୍ୟୁଟିଭ୍
  • ଭଏସ-ଓଭର ଆର୍ଟିଷ୍ଟ୍

ଉପରୋକ୍ତ ପଦବୀଗୁଡ଼ିକ ପାଇଁ ଆଶାୟୀ ପ୍ରାର୍ଥୀମାନେ ଫୁଲ୍ ଟାଇମ୍ ଏବଂ ଫ୍ରିଲାନ୍ସ ଭିତ୍ତିରେ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ଯେକୌଣସି ବିଷୟରେ ପୋଷ୍ଟ ଗ୍ରାଜୁଏସନ୍ କିମ୍ଵା ଗ୍ରାଜୁଏସନ୍ କରିଥିବା ଆବଶ୍ୟକ। (ମାସ୍ କମ୍ୟୁନିକେସନ୍, ସୋସିଆଲ ସାଇସେନ୍ସ, ଇକୋନୋମିକ୍ସ, ପବ୍ଲିକ ପଲିସି ଓଡ଼ିଆ ଭାଷା ସାହିତ୍ୟ, ପବ୍ଲିକ ପଲିସି ଇଂରାଜୀ ଭାଷା ସାହିତ୍ୟ), ରୁରାଲ୍ ମ୍ୟାନେଜମେଣ୍ଟ୍ ଇତ୍ୟାଦି)

ଦକ୍ଷତା

ଆବେଦନ କରୁଥିବା ପ୍ରାର୍ଥୀ ସାଦ୍ରୀ, ସୁନ୍ଦରଗଡ଼ୀ ପରି ଆଞ୍ଚଳିକ ଆଦିବାସୀ ଭାଷାରେ ଉଭୟ କହିପାରୁଥିବା ଏବଂ ଲେଖିପାରୁଥିବା ଆବଶ୍ୟକ। ଏଥିସହ ତାଙ୍କଠାରେ ଯୋଗାଯୋଗର ଦକ୍ଷତା ଥିବ। ଓଡ଼ିଆ ଭାଷାରେ ମଧ୍ୟ ଦକ୍ଷତା ରହିଥିବା ଦରକାର।

ଚାକିରି ସ୍ଥାନ

  • ସୁନ୍ଦରଗଡ଼
  • ରାଉରକେଲା
  • ଭୁବନେଶ୍ଵର

ଉପରୋକ୍ତ କୌଣସି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ accounts@oldigital.in ଇ-ମେଲ୍ ଜରିଆରେ ନିଜର ସିଭି ତୁରନ୍ତ ପଠାଇପାରିବେ।କମ୍ପାନି ସମ୍ପର୍କରେ

୨୦୧୨ ମସିହାରେ ପ୍ରତିଷ୍ଠିତ ‘ଏକାଡେମି ଫର୍ ମିଡିଆ ଲର୍ଣ୍ଣିଂ ପ୍ରାଇଭେଟ୍ ଲିମିଟେଡ୍’ ଅଧୀନରେ ରହିଛି ଏହାର ଦୁଇଟି ମିଡିଆ ବିଭାଗ ‘ଓଡ଼ିଶାଲାଇଭ୍’ ଏବଂ ‘ଓଏଲ୍ ଡିଜିଟାଲ୍’।

ଓଡ଼ିଶାଲାଇଭ୍ ରାଜ୍ୟର ଏକ ଅଗ୍ରଣୀ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଭାବରେ ପରିଚିତ। ଏହାର ନ୍ୟୁଜ୍ ପୋର୍ଟାଲ୍ www.odisha.live ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ସ୍ଵୀକୃତିପ୍ରାପ୍ତ। ସେହିଭଳି ଭାରତର ଲୋକପ୍ରିୟ ମୋବାଇଲ୍ ଆପ୍ ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ୍ ଆଦି ପ୍ଲାଟଫର୍ମରେ ସ୍ଥାନ ପାଇ ଓଡ଼ିଶାଲାଇଭ୍ ଦେଶ ବିଦେଶର ପାଠକ ଓ ଦର୍ଶକମାନଙ୍କ ପାଖରେ ପହଞ୍ଚିପାରିଛି। ଫେସବୁକ୍, ଟୁଇଟର୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାଲାଇଭ୍ ଏକ ଲୋକପ୍ରିୟ ଚ୍ୟାନେଲ୍ ଭାବେ ସ୍ଵତନ୍ତ୍ର ପରିଚୟ ହାସଲ କରିଛି।ol digital logoସେହିପରି ଓଏଲ୍ ଡିଜିଟାଲ୍ ହେଉଛି କମ୍ପାନିର ମିଡିଆ ଏଜେନ୍ସି। ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ତଥା ଘରୋଇ କ୍ଷେତ୍ର ସହ ୟୁନିସେଫ୍ ଭଳି ଅନ୍ତର୍ଜାତୀୟ ସଂସ୍ଥାର ଅନୁବନ୍ଧିତ ମିଡିଆ ଓ କମ୍ୟୁନିକେସନ୍ ଏଜେନ୍ସି ଭାବେ ଓଏଲ୍ ଡିଜିଟାଲ୍ ପ୍ରିଣ୍ଟ, ଭିଡିଓ ଏବଂ ଡିଜିଟାଲ୍ ବିଭାଗରେ ବିଭିନ୍ନ ସେବା ଯୋଗାଇ ଦେଇ ଆସୁଛି।

ବରିଷ୍ଠ ସାମ୍ବାଦିକ ତଥା କମ୍ୟୁନିକେସନ୍ ସ୍ପେସାଲିଷ୍ଟ ନୀଳାମ୍ବର ରଥ କମ୍ପାନିର ପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ଅତ୍ୟାଧୁନିକ କମ୍ୟୁନିକେସନ୍ କମ୍ପାନି ଯୁବପିଢ଼ିର ପ୍ରତିଭାମାନଙ୍କୁ ଅଗ୍ରାଧିକାର ଦେଇ ନ୍ୟୁଜ୍ ମିଡିଆ ସହ କ୍ରିଏଟିଭ୍ ମିଡିଆ ଏଜେନ୍ସି ଭଳି ଦୁଇଟି ବିଭାଗରେ କାମ କରି ରାଜ୍ୟ ତଥା ବାହାରେ ନାଁ କରିପାରିଛି।

ଆମର ଓ୍ଵେବ୍ ଏବଂ ସୋସିଆଲ ଚ୍ୟାନେଲଗୁଡ଼ିକ ହେଲା

www.odisha.live

www.youtube.com/odishalive

www.facebook.com/odishalive

Comment