ଓଡ଼ିଶାଲାଇଭ୍ ବ୍ୟୁରୋ

ol digital-3ଓଡ଼ିଶାର ଆଗଧାଡ଼ିର ଡିଜିଟାଲ୍ ମିଡିଆ ‘ଓଡ଼ିଶାଲାଇଭ୍‌’ ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ ପାଇଛି। କମ୍ପାନିର ନ୍ୟୁଜ୍‌ ମିଡିଆ ବିଭାଗ ‘ଓଡ଼ିଶାଲାଇଭ୍’ ଏବଂ ମିଡିଆ ସର୍ଭିସ୍‌ ବିଭାଗ ‘ଓଏଲ୍‌ ଡିଜିଟାଲ’ ପାଇଁ ଏହି ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି।

ପଦବୀ ନାମ ଏବଂ ସଂଖ୍ୟା

  • ଏକ୍‌ଜିକ୍ୟୁଟିଭ୍ ପ୍ରଡ୍ୟୁସର / ସିନିଅର ପ୍ରଡ୍ୟୁସର -୧ଟି
  • ପ୍ରଡ୍ୟୁସର / ଆସିଷ୍ଟାଣ୍ଟ୍ ପ୍ରଡ୍ୟୁସର – ୨ଟି
  • କଣ୍ଟେଣ୍ଟ୍ ରାଇଟର୍ / ରିପୋର୍ଟର – ୨ଟି
  • କଣ୍ଟେଣ୍ଟ୍ ରାଇଟର୍ (ଇଂଲିଶ୍) / ସୋସିଆଲ ମିଡିଆ ଏକ୍‌ଜିକ୍ୟୁଟିଭ୍ – ୨ଟି
  • ଭିଜୁଆଲ୍ ଏଡିଟର – ୨ଟି
  • ଗ୍ରାଫିକ୍ସ ଡିଜାଇନର୍ / ଆନିମେଟର – ୧ଟି
  • ସିନିଅର କ୍ୟାମେରା ପର୍ସନ / କ୍ୟାମେରା ପର୍ସନ – ୨ଟି

ଚାକିରି ସ୍ଥାନ

  • ଭୁବନେଶ୍ଵର
  • ରାଉରକେଲା
  • ସୁନ୍ଦରଗଡ଼

ଉପରୋକ୍ତ କୌଣସି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ accounts@oldigital.in ଇ-ମେଲ୍ ଜରିଆରେ ନିଜର ସିଭି ତୁରନ୍ତ ପଠାଇପାରିବେ। ବିଭିନ୍ନ ନ୍ୟୁଜ୍ ଗଣମାଧ୍ୟମ, ରେଡିଓ ଓ ଟେଲିଭିଜନ ଚ୍ୟାନେଲ୍, କମ୍ୟୁନିକେସନ ଏଜେନ୍ସି ଏବଂ ସୋସିଆଲ ମିଡିଆ ଫାର୍ମରେ କାମ କରୁଥିବା ଦକ୍ଷ ଏବଂ ଅଭିଜ୍ଞ ବ୍ୟକ୍ତିମାନେ ଆବେଦନ କରିବାକୁ କମ୍ପାନି ପକ୍ଷରୁ ସ୍ଵାଗତ କରାଯାଇଛି। ତେବେ ଯୁବବର୍ଗର ପ୍ରାର୍ଥୀ (ମିଡିଆରେ ୨ରୁ ୫ ବର୍ଷ ଅଭିଜ୍ଞତା) ଏବଂ ବିଭିନ୍ନ ଗଣମାଧ୍ୟମ ଶିକ୍ଷାନୁଷ୍ଠାନରୁ ଚଳିତ ବର୍ଷ ପାଠ୍ୟକ୍ରମ ଶେଷ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।ol digital logoକମ୍ପାନି ସମ୍ପର୍କରେ

୨୦୧୨ ମସିହାରେ ପ୍ରତିଷ୍ଠିତ ‘ଏକାଡେମି ଫର୍ ମିଡିଆ ଲର୍ଣ୍ଣିଂ ପ୍ରାଇଭେଟ୍ ଲିମିଟେଡ୍’ ଅଧୀନରେ ରହିଛି ଏହାର ଦୁଇଟି ମିଡିଆ ବିଭାଗ ‘ଓଡ଼ିଶାଲାଇଭ୍’ ଏବଂ ‘ଓଏଲ୍ ଡିଜିଟାଲ୍’।

ଓଡ଼ିଶାଲାଇଭ୍ ରାଜ୍ୟର ଏକ ଅଗ୍ରଣୀ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଭାବରେ ପରିଚିତ। ଏହାର ନ୍ୟୁଜ୍ ପୋର୍ଟାଲ୍ www.odisha.live ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ସ୍ଵୀକୃତିପ୍ରାପ୍ତ। ସେହିଭଳି ଭାରତର ଲୋକପ୍ରିୟ ମୋବାଇଲ୍ ଆପ୍ ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ୍ ଆଦି ପ୍ଲାଟଫର୍ମରେ ସ୍ଥାନ ପାଇ ଓଡ଼ିଶାଲାଇଭ୍ ଦେଶ ବିଦେଶର ପାଠକ ଓ ଦର୍ଶକମାନଙ୍କ ପାଖରେ ପହଞ୍ଚିପାରିଛି। ଫେସବୁକ୍, ଟୁଇଟର୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାଲାଇଭ୍ ଏକ ଲୋକପ୍ରିୟ ଚ୍ୟାନେଲ୍ ଭାବେ ସ୍ଵତନ୍ତ୍ର ପରିଚୟ ହାସଲ କରିଛି।ସେହିପରି ଓଏଲ୍ ଡିଜିଟାଲ୍ ହେଉଛି କମ୍ପାନିର ମିଡିଆ ଏଜେନ୍ସି। ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ତଥା ଘରୋଇ କ୍ଷେତ୍ର ସହ ୟୁନିସେଫ୍ ଭଳି ଅନ୍ତର୍ଜାତୀୟ ସଂସ୍ଥାର ଅନୁବନ୍ଧିତ ମିଡିଆ ଓ କମ୍ୟୁନିକେସନ୍ ଏଜେନ୍ସି ଭାବେ ଓଏଲ୍ ଡିଜିଟାଲ୍ ପ୍ରିଣ୍ଟ, ଭିଡିଓ ଏବଂ ଡିଜିଟାଲ୍ ବିଭାଗରେ ବିଭିନ୍ନ ସେବା ଯୋଗାଇ ଦେଇ ଆସୁଛି।

ବରିଷ୍ଠ ସାମ୍ବାଦିକ ତଥା କମ୍ୟୁନିକେସନ୍ ସ୍ପେସାଲିଷ୍ଟ ନୀଳାମ୍ବର ରଥ କମ୍ପାନିର ପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ଅତ୍ୟାଧୁନିକ କମ୍ୟୁନିକେସନ୍ କମ୍ପାନି ଯୁବପିଢ଼ିର ପ୍ରତିଭାମାନଙ୍କୁ ଅଗ୍ରାଧିକାର ଦେଇ ନ୍ୟୁଜ୍ ମିଡିଆ ସହ କ୍ରିଏଟିଭ୍ ମିଡିଆ ଏଜେନ୍ସି ଭଳି ଦୁଇଟି ବିଭାଗରେ କାମ କରି ରାଜ୍ୟ ତଥା ବାହାରେ ନାଁ କରିପାରିଛି।

Comment