ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନସ୍ଥିତ ମାଡାମ୍‌ ତୁଷାଦ ମ୍ୟୁଜିୟମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତନ କରାଯାଇଛି। ତାଙ୍କ ପ୍ରିୟ ନୀଳ ସୁଟ୍‌କୁ କାଢ଼ି ଦିଆଯାଇ ତାଙ୍କୁ ଗୋଟିଏ ଗାର ପକା ଟ୍ରାଉଜର ଓ ଗଞ୍ଜିର ଗଲଫ୍‌ ପୋଷାକ ପିନ୍ଧାଇ ଦିଆଯାଇଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଜୋ ବାଇଡେନଙ୍କଠାରୁ ହାରି ଯିବା ପରେ ଏବେ ଗଲଫ୍‌ ଖେଳୁଛନ୍ତି। ତେଣୁ ମାଡାମ ତୁଷାଦରେ ତାଙ୍କ ପ୍ରତିମୂର୍ତ୍ତକୁ ଜଣେ ଗଲ୍‌ଫ୍‌ ଖେଳାଳିଙ୍କ ରୂପ ଦିଆଯାଇଛି।

ପରାଜୟ ପରେ ଟ୍ରମ୍ପ ଅଧିକାଂଶ ସମୟ ଗଲ୍‌ଫ ଖେଳୁଥିବା ଜଣାପଡ଼ିଛି। ଗଲଫ୍‌ ଟ୍ରମ୍ପଙ୍କ ପ୍ରିୟ ଖେଳ ମଧ୍ୟ। ଶନିବାର, ରବିବାର ଟ୍ରମ୍ପ ତାଙ୍କ ନିଜ ସହର ଡେଲାଓୟାରର ଓ୍ୱିଲମିଙ୍ଗଟନ୍‌ସ୍ଥିତ କ୍ୟାଥୋଲିକ୍‌ ଚର୍ଚ୍ଚ ନିକଟରେ ଗଲ୍‌ଫ ଖେଳୁଥିଲା ନଜର ଆସିଥିଲେ।

ମାଡାମ ତୁଷାଦ ମ୍ୟୁଜିୟମରେ ବିଶ୍ୱର ବହୁ ବଡ଼ ବଡ଼ ବ୍ୟକ୍ତିଙ୍କ ମହମ ପ୍ରତିମୂର୍ତ୍ତି ରହିଛି। ଏଠାରେ ଖେଳାଳି, ସେଲିବ୍ରିଟିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଶୋଭା ପାଇଥାଏ।

Comment