ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ତଥ୍ୟ ଅନୁସାରେ ଉଭୟ ମେଣ୍ଟ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି। ଭୋଟ ଗଣତିରେ କେତେବେଳେ ଏନଡିଏ ଆଗରେ ରହୁଥିବାବେଳେ ଆଉ କେତେବେଳେ ମହାମେଣ୍ଟ ଆଗୁଆ ରହୁଛି।

ପୂର୍ବାହ୍ନ ୧୦ଟା ମଧ୍ୟରେ ମିଳିଥିବା ତଥ୍ୟ ଅନୁସାରେ ମହାମେଣ୍ଟ ୧୦୮ ସିଟରେ ଆଗୁଆ ଥିବାବେଳେ ଏନଡିଏ ୧୧୦ଟି ଆସନରେ ଆଗୁଆ ରହିଛି। ବିଜେପି ୫୭ଟି ଆସନରେ ଆଗୁଆ ଥିବା ବେଳେ ଆରଜେଡି ୭୦ଟି ଆସନରେ ଆଗୁଆ ରହିଛି। ଜେଡିୟୁ ୪୫ ଓ କଂଗ୍ରେସ ୨୫ଟି ଆସନରେ ଆଗୁଆ ରହିଛନ୍ତି।

ଗତ ଏକ ଦଶନ୍ଧିରୁ ଅଧିକ ଦିନ ଧରି ଶାସନ କରିଆସୁଥିବା ଜେଡିୟୁ ନେତା ନୀତିଶ କୁମାରଙ୍କ ପାଇଁ ଏ ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ। ସେ ଏହି ନିର୍ବାଚନକୁ ତାଙ୍କର ଶେଷ ନିର୍ବାଚନ ବୋଲି କହିଥିବା ବେଳେ ଏକଜିଟ ପୋଲ୍ ରିପୋର୍ଟକୁ ନେଇ ତାଙ୍କର ନିଦ ହଜିଯାଇଛି। ଏହାସହ ଲାଲୁ ପ୍ରସାଦ ଯାଦବ ପ୍ରଚ୍ଛଦ ପଟରେ ରହି ନିର୍ବାଚନ ପରିଚାଳନା କରିଥିବା ବେଳେ ତାଙ୍କ ପୁଅ ତେଜସ୍ୱୀ ଏଥର ନିର୍ବାଚନ ଜିତୁଛନ୍ତି କି ନାହିଁ ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ମହାମେଣ୍ଟ ସରକାର ଗଠନ କଲେ ତେଜସ୍ୱୀ ବିହାର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ମଧ୍ୟ ସମ୍ଭାବନା ରହିଛି।

Comment