ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ ବଦଳୁଛି ଗଣିତ। ଭୋଟ୍ ଗଣତିରେ ଏନଡିଏ ବହୁ ଆଗରେ।

ବିହାର ନିର୍ବାଚନ ଫଳାଫଳକୁ ନେଇ ଏକଜିଟ୍ ପୋଲରେ ଯେଉଁ ଅଙ୍କକଷା ଯାଇଥିଲା, ତାହା ଏବେ ବଦଳିବା ଭଳି ଦେଖିବାକୁ ମିଳୁଛି। ବିହାରରେ ମହାମେଣ୍ଟକୁ ମାତ୍ ଦେଇ ଏନଡିଏ ଅଧିକାଂଶ ସିଟରେ ଆଗୁଆ ରହିଛି। ଦିନ ୧୨ଟା ସୁଦ୍ଧା ମିଳିଥିବା ସୂଚନା ମୁତାବକ ଏନଡିଏ ୧୩୪ ସିଟରେ ଆଗୁଆ ରହିଥିବାବେଳେ ମହାମେଣ୍ଟ ମାତ୍ର ୯୬ଟି ସିଟରେ ଆଗୁଆ ରହିଛି।

ଭୋଟ୍ ଗଣତିରେ ପ୍ରଥମେ  ଆରଜେଡି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଥିଲେ। ହେଲେ ସମୟ ବଦଳିବା ସହିତ ବିଜେପି ଓ ଜେଡିୟୁ ମେଣ୍ଟ ଆଗକୁ ବଢ଼ିଥିଲା। ତେଣୁ ଏକଜିଟ୍ ପୋଲରେ ତେଜସ୍ୱୀଙ୍କୁ ନେଇ ଯେଉଁ ଅନୁମାନ ଲଗାଯାଉଥିଲା, ତାହା ଏବେ ଭୁଲ୍ ସାବ୍ୟସ୍ତ ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି।

ଏକଜିଟ୍ ପୋଲରେ ତେଜସ୍ୱୀଙ୍କୁ ବହୁମତ

ନଭେମ୍ବର ୭ ତାରିଖରେ ବିହାରରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଥିଲା। ଏହାପରେ ବୁଥ୍ ବାହୁଡ଼ା ମତକୁ ନେଇ ପ୍ରକାଶ ପାଇଥିଲା ଏକଜିଟ୍ ପୋଲ୍। ଯେଉଁଥିରେ ଲାଲୁ ପ୍ରସାଦଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାମେଣ୍ଟ ଆଗୁଆ ଥିଲା। ମହାମେଣ୍ଟର ପାଖାପାଖି ୧୩୦ ବିଧାୟକ ଜିତିବେ ବୋଲି ଏକଜିଟ୍ ପୋଲରେ କୁହାଯାଇଥିଲା। ସେହିଭଳି ନୀତିଶଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ୧୦୪ରୁ ୧୧୫ ଆସନ ମିଳିବ ବୋଲି କୁହାଯାଇଥିଲା। ହେଲେ ଏବେ କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳୁଛି।

Comment