ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଡିସେମ୍ବର ୧ରୁ ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ-୨। ଏଥିପାଇଁ ସୋମାବାର ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଇକୋ ରିଟ୍ରିଟ ଉତ୍ସବସ୍ଥଳୀକୁ ଯାଇ ସେଠାରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।

ଚଳିତବର୍ଷ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ ୫୦ଟି ଟେଣ୍ଟ୍ କଟେଜ ନିର୍ମାଣ ହେବ। ତେବେ କରୋନାକୁ ଦୃଷ୍ଟିରେ ରଖି ସାଂସ୍କୂତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ଏଥିସହ ଜନଗହଳି ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ।

ପର୍ଯ୍ୟଟକମାନଙ୍କୁ ରହଣି ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଆବଶ୍ୟକ ଥିବା ସମସ୍ତ ଦିଗ ସମ୍ପର୍କରେ ସଚିବ ଓ ବରିଷ୍ଠ ଅଧିକାରୀମାନେ ପଚାରି ବୁଝିଥିଲେ।

Comment