ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସମୟରେ ଆପଣ ଫେସିଆଲ କରେଇବାକୁ ପାର୍ଲର ଯାଉଛନ୍ତି କି? ଯଦି ହଁ, ତେବେ କେତୋଟି କଥା ପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ନଚେତ୍ ଟିକିଏ ଅସାବଧାନତା ଆପଣ ତଥା ଆପଣଙ୍କ ପରିବାର ପାଇଁ ସମସ୍ୟା ସୃଷ୍ଟି କରିପାରେ।

କୋଭିଡ୍ ନିୟମ ପାଳନ

ଯଦି ଆପଣ ପାର୍ଲରରେ ଫେସିଆଲ କରାଇବାକୁ ଯାଉଛନ୍ତି ତେବେ ସେଠାରେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି କି ନା ଧ୍ୟାନ ଦିଅନ୍ତୁ। ଫେସିଆଲ ସମୟରେ ବ୍ୟବହୃତ ହେଉଥିବା କପଡ଼ା ପରିଷ୍କାର କି ନୁହେଁ, ତାହାକୁ ବ୍ୟବହାର କରିବା ସୁରକ୍ଷିତ କି ନୁହେଁ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ।ପାର୍ଲରରେ ସାନିଟାଇଜର ବ୍ୟବହାର

ଆପଣ ଯେଉଁ ପାର୍ଲରରେ ଫେସିଆଲ କରିବାକୁ ଭାବୁଛନ୍ତି ସେଠାରେ ସାନିଟାଇଜେସନ୍ ହେଉଛି କି ନାହିଁ ପ୍ରଥମେ ବୁଝନ୍ତୁ। ଏଥିସହ ଆପଣ ମଧ୍ୟ କୌଣସି ଜିନିଷ ଛୁଇଁବା ପରେ ସାନିଟାଇଜର ବ୍ୟବହାର କରନ୍ତୁ।

ସବୁଠାରୁ ଭଲ ହେବ ଯଦି ଆପଣ ପାର୍ଲର ଯିବା ପୂର୍ବରୁ ଆପଏଣ୍ଟମେଣ୍ଟ ନେଇଯିବେ। ଏହାଦ୍ଵାରା ଭିଡ଼ ନଥିବା ସମୟରେ ଆପଣ ଫେସିଆଲ କରାଇପାରିବେ।ଫେସ୍‌ସିଲ୍ଡର ବ୍ୟବହାର

ଯେଉଁ ପାର୍ଲରରେ କର୍ମଚାରୀମାନେ ଫେସ୍‌ସିଲ୍ଡ ବ୍ୟବହାର କରୁଥିବେ ସେହି ପାର୍ଲରରେ ଫେଲିଆଲ କରାନ୍ତୁ। ଏହାଦ୍ଵାରା କରୋନା ସଂକ୍ରମଣ ଭୟ କମ୍ ରହିଥାଏ।

Comment