ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳିରେ ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦିଆଯାଏ। ଏଥିପାଇଁ ଆପଣ ବିଭିନ୍ନ ପତ୍ର, ଫୁଲ ଆଦିରେ ଘର ସଜେଇପାରିବେ। ଏବେ ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ସାଜସଜ୍ଜା ଜିନିଷ ମିଳୁଛି। ଆପଣ ଚାହିଁଲେ ଏଗୁଡ଼ିକୁ ବ୍ୟବହାର କରି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ।

ଫୁଲ

ଦୀପାବଳିରେ ଘର ସଜାଇବା ପାଇଁ ଆପଣ ବିଭିନ୍ନ ପ୍ରକାର ଫୁଲ ବ୍ୟବହାର କରିପାରିବେ। ଫୁଲରେ ଆପଣ ରଙ୍ଗୋଲି ମଧ୍ୟ ବନେଇପାରିବେ। ଏଥିସହ ଛୋଟ ଛୋଟ କଦଳୀ ଗଛକୁ ଘରର ମୁଖ୍ୟଦ୍ଵାର ଦୁଇପଟେ ବାନ୍ଧିଦିଅନ୍ତୁ। ଏହାଦ୍ଵାରା ଘର ବହୁତ ସୁନ୍ଦର ଲାଗିବ।ରଙ୍ଗୋଲି

ଘରର ମୁଖ୍ୟଦ୍ଵାରକୁ ରଙ୍ଗୋଲିରେ ମଧ୍ୟ ସଜାଇପାରିବେ। ଆପଣ ଚାହିଁଲେ ପାରମ୍ପରିକ ରଙ୍ଗ ଓ ଫୁଲରେ ରଙ୍ଗୋଲି ବନେଇପାରିବେ। ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ରଙ୍ଗ ମିଳୁଛି। ଏହାକୁ ମଧ୍ୟ ବ୍ୟବହାର କରିପାରିବେ। ମୁଖ୍ୟଦ୍ଵାର ସହିତ ଲିଭିଂ ରୁମ୍‌ର ମଝି ଭାଗରେ ରଙ୍ଗୋଲି ବନାନ୍ତୁ, ବହୁତ ସୁନ୍ଦର ଲାଗିବ।

ଦୀପ

ଦୀପାବଳିରେ ଦୀପକୁ ବେଶୀ ପ୍ରାଧାନ୍ୟ ଦିଆଯାଏ। ଏହା ଘରର ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ସହାୟକ ହୁଏ। ତେଣୁ ଆପଣ କୃତ୍ରିମ ଲାଇଟ୍ ବ୍ୟବହାର ନକରି ଦୀପାବଳିରେ ଦୀପ ବ୍ୟବହାର କରନ୍ତୁ। ଘରର ପ୍ରତି କୋଣରେ ଦୀପ ଜଳାନ୍ତୁ।ତୋରଣ

ଘରର ମୁଖ୍ୟଦ୍ଵାର ସମେତ ପ୍ରତ୍ୟେକ କୋଠରୀ ଦ୍ଵାରରେ ତୋରଣ ଲଗାନ୍ତୁ। ଏଥିପାଇଁ ଆପଣ ଆମ୍ବ ପତ୍ର, ଦେବଦାରୁ ପତ୍ର, ଫୁଲ ଆଦିରେ ତୋରଣ ତିଆରି କରି ଟାଙ୍ଗିପାରିବେ। ନଚେତ୍ ବଜାରରେ ମିଳୁଥିବା ଉଲ୍, ଲାଇଟ୍, ମୋତି ମାଳି, କ୍ରିଷ୍ଟାଲ ଆଦିର ତୋରଣ ମଧ୍ୟ ବ୍ୟବହାର କରିପାରିବେ। ଏହା ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ।

ଇଲେକ୍ଟ୍ରିକ୍ ଲାଇଟ୍

ବଜାରରେ ଏବେ ବିଭିନ୍ନ ରଙ୍ଗର ଇଲେକ୍ଟ୍ରିକ୍ ଲାଇଟ୍ ଉପଲବ୍ଧ ହେଉଛି। ଏଗୁଡ଼ିକୁ ବ୍ୟବହାର କରି ଆପଣ ଘରକୁ ସଜେଇପାରିବେ।

ମହମବତୀ

ଆଜିକାଲି ବଜାରରେ ବିଭିନ୍ନ ଡିଜାଇନ୍‌ର ମହମବତୀ ମିଳୁଛି। ଏଥିରେ ଆପଣ ଘର ସଜାଇପାରିବେ। ଘରର ଛାତ, ଝରକା, ଦ୍ଵାର ବନ୍ଧ ଆଦିରେ ମହମବତୀ ଜାଳିପାରିବେ।ଟି ଲାଇଟ୍

ରଙ୍ଗୀନ କାଚ ମଧ୍ୟରେ ଟି ଲାଇଟ୍ ରଖନ୍ତୁ। ଏବେ ତାହାକୁ ଡ୍ରଇଂ ରୁମ୍ ଓ ଡାଇନିଂ ରୁମ୍‌ ସିଲିଂରେ ଟାଙ୍ଗିଦିଅନ୍ତୁ। ଏହାଦ୍ଵାରା ଘର ବହୁତ ସୁନ୍ଦର ଲାଗିବ।

ମାଳି ଓ ଷ୍ଟୋନ୍

ରଙ୍ଗୋଲି ବନେଇବା ସମୟରେ ସେଥିରେ ଆପଣ ବିଭିନ୍ନ ପ୍ରକାର ମାଳି ଓ ଷ୍ଟୋନ୍‌କୁ ବ୍ୟବହାର କରନ୍ତୁ। ଏଥିସହ ଦ୍ଵାରଗୁଡ଼ିକରେ ମାଳି ତିଆରି କରି ଟାଙ୍ଗନ୍ତୁ, ଆହୁରି ସୁନ୍ଦର ଦେଖାଯିବ।ପେପର ଲଣ୍ଠନ

ଦୀପାବଳିରେ ଘର ସଜାଇବା ପାଇଁ ଏବେ ବଜାରରେ ସୁନ୍ଦର ସୁନ୍ଦର ପେପର ଲଣ୍ଠନ ମିଳୁଛି। ଏଗୁଡ଼ିକ କାଗଜରେ ତିଆରି ଏବଂ ବିଭିନ୍ନ ରଙ୍ଗରେ ଉପଲବ୍ଧ। ଏହାକୁ ରାତିରେ ବ୍ୟବହାର କଲେ ଘର ବହୁତ ସୁନ୍ଦର ଲାଗିଥାଏ।

ଭାସମାନ ମହମବତୀ

ଘରର ଡ୍ରଇଂ ରୁମ୍ ହେଉ କି ଲିଭିଂ ରୁମ୍ ଗୋଟିଏ ପାତ୍ରରେ କିଛି ପାଣି ନେଇ ସେଥିରେ ଭାସମାନ ମହମବତୀ (ଫ୍ଲୋଟିଂ କ୍ୟାଣ୍ଡେଲ) ରଖିଦିଅନ୍ତୁ। ଏହାଦ୍ଵାରା ଘରର ସୌନ୍ଦର୍ଯ୍ୟ ଦ୍ଵିଗୁଣିତ ହୋଇଯିବ।

Comment