ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନୀତିଶ କୁମାର। ବିହାରରେ ନବନିର୍ବାଚିତ ଏନ୍‌ଡିଏ ବିଧାୟକମାନଙ୍କୁ ନେଇ ବସିଥିବା ବୈଠକରେ ନୀତିଶଙ୍କୁ ଏନ୍‌ଡିଏର ନେତା ଭାବେ ଚୟନ କରାଯାଇଛି। ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନୀତିଶଙ୍କ ନାମ ଘୋଷଣା କରିଛନ୍ତି।

ଅନ୍ୟପଟେ ସୁଶୀଲ ମୋଦୀ ପୁଣି ଥରେ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ନୀତିଶ କୁମାର କିଛି ସମୟ ପରେ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବେ। ତେବେ ଆସନ୍ତାକାଲି ସପ୍ତମ ଥର ପାଇଁ ନୀତିଶ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।ଏନ୍‌ଡିଏ ବିଧାୟକ ଦଳ ବୈଠକ ପୂର୍ବରୁ ପାଟନାରେ ଜେଡିୟୁର ନବନିର୍ବାଚିତ ବିଧାୟକଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ନୀତିଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା।

ଚଳିତ ବିହାର ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଛି। ବିଜେପି ୭୪ଟି, ଜେଡିୟୁ ୪୩ଟି ଆସନରେ ଜିତିବା ସହ ଅନ୍ୟ ସାଥୀମାନେ ୮ଟି ସିଟରେ ବିଜୟୀ ହୋଇଛନ୍ତି।

Comment