ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ କରୋନା ଓ ପ୍ରଦୂଷଣ ପାଇଁ ଏବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ନାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ଦୀପାବଳିରେ କୌଣସି ପ୍ରକାର ବାଣ ନଫୁଟାଇବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ସହିତ ବାଣ ବିକ୍ରି ମଧ୍ୟ ନିଷେଧ କରାଯାଇଥିଲା। ଏହାସତ୍ତ୍ୱେ ବି ରାଜଧାନୀ ଦିଲ୍ଲୀରେ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିନଥିଲା। ଖୁଲମ ଖୁଲ୍ଲା ଲୋକ ଦିଲ୍ଲୀରେ ବାଣ ଫୁଟାଇଥିଲେ। ଫଳରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ମଧ୍ୟ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଦୀପାବଳି ଦିନ ପୋଲିସ ୧୨୦୬ ମାମଲା ରୁଜୁ କରିବା ସହିତ ଏଥିସହ ୮୫୦ ଜଣଙ୍କୁ ଗିରଫ କରାଯାଇବା ଜଣାପଡ଼ିଛି। ସରକାରୀ ନିର୍ଦ୍ଦେଶ ନମାନି ବାଣ ଫୁଟାଇଥିବାରୁ ଏମାନଙ୍କୁ ଗିରଫ କରାଯାଇଛି।

ସେହିପରି ଚଳିତ ବର୍ଷ ଦିଲ୍ଲୀରେ କୌଣସି ବଡ଼ ଧରଣର ଅଗ୍ନିକାଣ୍ଡ ମଧ୍ୟ ଘଟିନାହିଁ। ଏହାର କାରଣ ଦିଲ୍ଲୀରେ ସବୁ ବର୍ଷ ଅପେକ୍ଷା ଏ ବର୍ଷ କମ୍‌ ବାଣ ଫୁଟାଯାଇଛି। ପ୍ରତିବର୍ଷ ଦିଲ୍ଲୀରେ ଦୀପାବଳିରେ କିଛି ନା କିଛି ଦୁର୍ଘଟଣା ହୋଇଥାଏ। କିନ୍ତୁ ଏଥର ସେମିତି କିଛି ବଡ଼ ଧରଣର ଘଟିନାହିଁ।

Comment