ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ କରୋନାର ତୃତୀୟ ଲହର ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୯ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ନଭେମ୍ବର ମାସରେ ଦିଲ୍ଲୀରେ ୧୧ ଶହ ଲୋକଙ୍କ ଜୀବନ ଗଲାଣି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନୂଆ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ବିବାହ ସମାରୋହରେ ୨୦୦ ନୁହେଁ , କେବଳ ୫୦ ଜଣ ଅତିଥି ସାମିଲ ହୋଇପାରିବେ।

‘‘ବିବାହ ଉତ୍ସବରେ ୨୦୦ ଲୋକଙ୍କୁ ଅନୁମତି ଦେବା ଆଦେଶ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ କେବଳ ୫୦ ଜଣଙ୍କୁ ବାହାଘରରେ ଏକାଠି ହେବାକୁ ଅନୁମତି ଦିଆଯିବ’’, କହିଛନ୍ତି କେଜରିଓ୍ୱାଲ।

ଅକ୍ଟୋବର ଶେଷ ଆଡ଼କୁ ଦିଲ୍ଲୀରେ ଯେତେବେଳେ କରୋନା ସଂକ୍ରମଣ ସାମାନ୍ୟ କମିଥିଲା ସେତେବେଳେ ବିବାହ ସମାରୋହରେ ୨୦୦ ଅତିଥିଙ୍କୁ ସାମିଲ ହେବାକୁ ସରକାର ଅନୁମତି ଦେଇଥିଲେ।

ଅନ୍ୟପଟେ ଦିଲ୍ଲୀରେ ପୁଣିଥରେ ଲକ୍‌ଡାଉନ୍‌ ଫେରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏଥିପାଇଁ କେଜରିଓ୍ୱାଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇପାରନ୍ତି।

Comment