ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରୁଥିବା ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ସ୍ସେଶାଲ ସେଲ୍ ପୋଲିସ। ସୋମବାର ରାତିରେ ଦିଲ୍ଲୀର ସରାୟକାଲେ ଖାଁ ନିକଟରୁ ଏମାନଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଲି ସୂଚନା ମିଳିଛି।

ଗିରଫ ହୋଇଥିବା ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ବାରମୁଳା ଜିଲ୍ଲା ଅନ୍ତର୍ଗତ ସୋପୋର ଗାଁର ଅବଦୁଲ ଲତିଫ୍ ଓ କୁପଓ୍ଵାଡ଼ା ଜିଲ୍ଲାର ହଟ ମୁଲ୍ଲା ଗାଁର ଅଶରଫ୍ ଖାତାନା ବୋଲି ସୂଚନା ମିଳିଛି। ସେମାନେ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ପୋଲିସକୁ ଖବର ମିଳିଥିଲା।

ଏହାପରେ ଦିଲ୍ଲୀ ସ୍ପେଶାଲ ପୋଲିସ ସେମାନଙ୍କୁ ଗତକାଲି ରାତି ୧୦ଟା ୧୫ ମିନିଟ୍‌ରେ ସରାୟକାଲେ ଖାଁ ଅଞ୍ଚଳରେ ଥିବା ମିଲେନିୟମ୍ ପାର୍କ ପାଖରୁ ଗିରଫ କରିବାରେ ସଫଳ ହୋଇଥିଲା। ଏହି ଦୁଇ ଆତଙ୍କବାଦୀଙ୍କଠାରୁ ଦୁଇଟି ପିସ୍ତଲ ସମେତ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

Comment