ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଓଡ଼ିଶାରେ ବହୁ ସୁନ୍ଦର ସ୍ଥାନ ରହିଛି। ଆଉ ଏହାକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଓଡ଼ିଶା ଧାଇଁ ଆସୁଛନ୍ତି। ସେଥିମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ୟତମ। ପ୍ରତିବର୍ଷ ଶୀତଦିନ ଆସିଲେ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସନ୍ତି। ଯଦି ଆପଣ ବି ଏହି ଜାଗାକୁ ବୁଲି ଆସିବା ପାଇଁ ଭାବିଛନ୍ତି ତେବେ ତା’ ପୂର୍ବରୁ ଆପଣ ଏଠାରେ କ’ଣ ଦେଖିବାକୁ ପାଇବେ ଜାଣି ରଖନ୍ତୁ।

ଏହି ଅଞ୍ଚଳ କେବଳ ବଉଳା କୁମ୍ଭୀର ପାଇଁ ସୁନାମ ଅର୍ଜନ କରିନି, ଏହାର ପ୍ରାକୃତିକ ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏହାସହ ବିରଳ ପ୍ରଜାତିର ଅଲିଭ୍‍ ରିଡଲେ, ଦାଗଯୁକ୍ତ ହରିଣ, ଜଙ୍ଗଲୀ ବିଲେଇ, ଏସ୍କୋବିଲା, ଓଧ, ଡଲଫିନ୍‍ ଭଳି ବିରଳ ଜୀବଜନ୍ତୁଙ୍କ ସମେତ ବିଭିନ୍ନ ପ୍ରକାର ସରୀସୃପ ଭିତରକନିକାରେ ଦେଖାଯାଆନ୍ତି। ୬୭୨ ବର୍ଗ କିମି ଅଞ୍ଚଳ ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ରହି ଆସିଛି।

 ଭିତରକନିକାରେ କେମିତି ପହଞ୍ଚିବେ?

ଯଦି ଦୂରତା କଥା କହିବା, ତେବେ ଏହା ଭୁବନେଶ୍ୱର ବିମାନ ବନ୍ଦରଠାରୁ ମାତ୍ର ୧୫୫ କିଲୋମିଟର ଦୂରରେ ରହିଛି।  ସେହିପରି କଟକ ରେଲେଓ୍ୱ ଷ୍ଟେସନରରୁ ୧୩୫ କିଲୋମିଟର ଦୂରର ରହିଛି।  ସେହିପରି ଆପଣ ଡଙ୍ଗା ଓ ଗାଡ଼ିରେ ରାଜନଗରଠାରୁ ଭିତରକନିକା ଯାଇପାରିବେ।

ଅକ୍ଟୋବାର ୧୯ରୁ ଖୋଲିଛି ଭିତରକନିକା

ଦୀର୍ଘ ୭ ମାସ ପ୍ରତିକ୍ଷା ପରେ ଅକ୍ଟୋବର ୧୯ରୁ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ୨୪ ଘଣ୍ଟିଆ ଖୋଲିଛନ୍ତି ବନ କର୍ତ୍ତୃପକ୍ଷ। ଟିକେଟ୍ ବୁକିଂ କାଉଣ୍ଟର ପାଖରୁ ଉଦ୍ୟାନ ମଧ୍ୟକୁ ପ୍ରବେଶ, ପରିଭ୍ରମଣ ଓ ପ୍ରସ୍ଥାନ ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କରୋନା ପାଇଁ ଜାରି କରାଯାଇଥିବା ସ୍ଵତନ୍ତ୍ର ଏସ୍‌ଓପିକୁ କଡାକଡି ପାଳନ କରାଯାଉଛି।

Comment