ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଲଗାତର ଚର୍ଚ୍ଚାରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ। କାରଣ ହ୍ୱାଇଟ ହାଉସ ଛାଡ଼ିବା ପରେ ଟ୍ରମ୍ପଙ୍କୁ ମେଲେନିଆ ଛାଡ଼ପତ୍ର ଦେବେ ବୋଲି ଶୁଣିବାକୁ ମିଳିଛି। ହେଲେ ମେଲେିନିଆ ଔପଚାରିକ ଭାବେ ଏଯାଏଁ ଏମିତି କିଛି ବି କହିନାହାନ୍ତି। ତେବେ ଆପଣ ଜାଣନ୍ତି କି ଟ୍ରମ୍ପ ଓ ମେଲେନିଆ ବିବାହ କିପରି ହୋଇଥିଲା, ମେଲେନିଆ କେମିତି ଟ୍ରମ୍ପଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ?

ମେଲେନିଆ ଡୋନାଲ୍ଡ ଟ୍ରମ୍ପଙ୍କର ପ୍ରଥମ ପତ୍ନୀ ନୁହଁନ୍ତି। ମେଲେନିଆଙ୍କ ପୂର୍ବରୁ ଡୋନାଲ୍ଟ ଟ୍ରମ୍ପ ୨ ଥର ବିବାହ କରିଥିଲେ। ପୂର୍ବ ୨ ଜଣ ପତ୍ନୀଙ୍କୁ ସେ ଛାଡ଼ପତ୍ର ଦେଇଥିଲେ।

ଟ୍ରମ୍ପ ୧୯୭୭ରେ ଅଲମ୍ପିଆନ ଇଭାନାଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ପୁଅ ଜୁନିଅର ଟ୍ରମ୍ପ ଓ ଏରିକ, ଝିଅ ଇଭାଙ୍କା ଟ୍ରମ୍ପ ଅଛନ୍ତି। କିନ୍ତୁ କିଛି ବର୍ଷରେ ଟ୍ରମ୍ପ ଓ ଇଭାନାଙ୍କ ବାହାଘର ଭାଙ୍ଗି ଯାଇଥିଲା। ଟ୍ରମ୍ପଙ୍କ ନାଁ ଆହୁରି ଅନେକ ମହିଳାଙ୍କ ସହ ଯୋଡ଼ି ହେବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଏହାପରେ ୧୯୯୧ରେ ସେମାନେ ପରସ୍ପରଙ୍କୁ ଛାଡ଼ପତ୍ର ଦେଇଥିଲେ।

ଏହାପରେ ଟ୍ରମ୍ପ ମଡେଲ ମାରଲା ମେପଲ୍ସଙ୍କୁ ବିବାହ କରିଥିଲେ। ୧୯୯୩ରେ ଏହି ବିବାହ ହୋଇଥିଲା। ଏମାନଙ୍କ ଗୋଟିଏ ପୁଅ ଟିଫ୍‌ନି ଅଛନ୍ତି। ବିବାହର ମାତ୍ର ୪ ବର୍ଷ ପରେ ୧୯୯୭ ଟ୍ରମ୍ପ ଏବଂ ମେପଲ୍ସ ଅଲଗା ହୋଇଗଲେ।

ଏହାପରେ ଟ୍ରମ୍ପଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ମେଲେନିଆ। ନ୍ୟୁୟର୍କ ଫ୍ୟାଶନ ଓ୍ୱିକରେ ଟ୍ରମ୍ପ ପ୍ରଥମେ ମେଲେନିଆଙ୍କୁ ଦେଖିଥିଲେ। ସେତେବେଳେ ଟ୍ରମ୍ପଙ୍କୁ ୫୨ ବର୍ଷ ହୋଇଥିଲା ବେଳେ ମେଲିନିଆଙ୍କୁ ୨୮ ବର୍ଷ ବୟସ ହୋଇଥିଲା। ଉଭୟ ସେତେବେଳେ ପରସ୍ପରକୁ ଡେଟ୍‌ କରୁଥିଲେ। କିନ୍ତୁ ୧୯୯୯ରେ  ସେମାନଙ୍କର ବ୍ରେକଅପ ହୋଇଯାଇଥିଲା।

୨୦୦୦ରେ ଟ୍ରମ୍ପ ରିଫର୍ମ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ହାରି ଯାଇଥିଲେ। ହାରିବା ପରେ ଟ୍ରମ୍ପ ପୁଣି ମେଲେନିଆଙ୍କ ପାଖକୁ ଫେରିଥିଲେ। ତା’ପରେ ୨୦୦୫ରେ ଟ୍ରମ୍ପ ମେଲେନିଆଙ୍କୁ ବିବାହ କରିଥିଲେ। ଟ୍ରମ୍ପ ମେଲେନିଆଙ୍କ ଗୋଟିଏ ଝିଅ ଅଛନ୍ତି। ତାଙ୍କ ନା ବୈରନ।

Comment