ଓଡ଼ିଶାଲାଇଭ୍ ବ୍ୟୁରୋ

ନରସିଂହପୁର ରାଜମାତା ମଞ୍ଜୁଳାମଞ୍ଜରୀ ଦେବୀଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପୂର୍ବତନ ବିଧାୟକ ଓ ବଡମ୍ବା ରାଜା ତ୍ରିଲୋଚନ ସିଂଦେଓଙ୍କୁ ସେ ବିବାହ କରିଥିଲେ। ଜଣେ ଧର୍ମପରାୟଣା ଓ ଦୟାଳୁ ମହିଳା ଭାବରେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ କନିଷ୍ଠ ପୁତ୍ର ଶୁଭାଶିଷ ସିଂହଦେଓ, କନ୍ୟା ଡାକ୍ତର ପଦ୍ମାଳୟା ଦେବୀ  ଓ ବହୁ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ନରସିଂହପୁର ନିକଟ ଜଇପୁରଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା।

ରାଜମାତାଙ୍କ ବଡ଼ ପୁଅ ଦେବାଶିଷ ସିଂଦେଓଙ୍କର ସେହି ହୃଦ୍ଘାତ ଯୋଗୁଁ ତିନି ବର୍ଷ ତଳେ ବିୟୋଗ ଘଟିଥିଲା। ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ ରାଜମାତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Comment