ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି କଡ଼ାକଡ଼ି ହେବ ମୋଟର ଆଇନ। ଏଥିସହ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷକରି ଯେଉଁ ଦୁଇଚକିଆ ବାଇକ୍‌ଚାଳକମାନେ ହେଲମେଟ୍ ପିନ୍ଧୁନାହାନ୍ତି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଜବତ କରାଯିବ। ଏଥିପାଇଁ ପୋଲିସ ଓ ଆର୍ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନିକଟରେ ସୁପ୍ରିମକୋର୍ଟର ସଡ଼କ ନିରାପତ୍ତା କମିଟି ତାଙ୍କ ନିର୍ଦ୍ଦେଶକୁ ପାଳନ କରାଯାଉ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ଯେଉଁ ବାଇକ୍‌ଚାଳକମାନେ ହେଲମେଟ୍ ପିନ୍ଧୁନାହାନ୍ତି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରିବା ପାଇଁ କମିଟି କହିଥିଲେ।

୨୦୧୫ ମସିହା ଅଗଷ୍ଟ ୧୮ ତାରିଖରେ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ୪ଟି ବଡ଼ ନିୟମ ଉଲ୍ଲଙ୍ଘନକାରୀଙ୍କ ଡିଏଲ୍ ୩ ମାସ ପର୍ଯ୍ୟନ୍ତ ରବ୍ଦ କରାଯିବ। ଏହି ୪ଟି ନିୟମ ହେଲା – ଅଧିକ ସ୍ପିଡ୍‌ରେ ଗାଡ଼ି ଚାଳନା, ଗାଡ଼ିରେ ଓଭରଲୋଡିଙ୍ଗ କରିବା, ନିଶା ଖାଇ ଗାଡ଼ି ଚଲାଇବା ଓ ଗାଡ଼ି ଚାଳନା ବେଳେ ମୋବାଇଲ ଫୋନ୍ ବ୍ୟବହାର। ପରେ ହେଲମେଟ୍ ପିନ୍ଧୁନଥିବା ଚାଳକଙ୍କୁ ଏଥିରେ ଯୋଡ଼ା ଯାଇଥିଲା।

Comment